ନବୀନ ପାଇଲେ ‘ଜୀବନବ୍ୟାପୀ ସାଧନା ସମ୍ମାନ’ । ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ସମ୍ମାନିତ । ୪ କୋଟି ଓଡ଼ିଆଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ ।

63

କନକ ବ୍ୟୁରୋ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଦେଶର ପୂର୍ବତନ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ରାଜବାସୀଙ୍କ ଉଦ୍ଦେଶ୍ୟରେ ପୁରସ୍କାରକୁ ସମର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ କଥା କହିଛନ୍ତି । ତେବେ ଆସନ୍ତା ୬ତାରିଖରେ ନବୀନ ପଟ୍ଟନାୟକ ଓଡିଶା ଫେରିବେ, ତାଙ୍କୁ ଭୁବନେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ବିଜେଡି ପ୍ରସ୍ତୁତ ହେଉଛି । ହେଲେ ଦିଲ୍ଲୀରେ ନବୀନ ପୁରସ୍କୃତ ହେବା ଘଟଣାକୁ ସହଜରେ ଗ୍ରହଣ ପାରି ନାହାନ୍ତି ବିରୋଧୀ, ଆଉ ବିରୋଧୀଙ୍କ କଟାକ୍ଷକୁ କଡା ସମାଲୋଚନା କରିଛି ବିଜେଡି ।

  • ନବୀନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
  • ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ନବୀନ

୨୫ ବର୍ଷର ରାଜନୈତିକ ଜୀବନ ଏବଂ ୨୨ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରିଛି କ୍ୟାପିଟାଲ୍ ଫାଉଣ୍ଡେସନ୍ ସୋସାଇଟି । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ୍.ଭି ରମଣାଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ନବୀନ । ତେବେ ରାଜବାସୀଙ୍କ ଉଦ୍ଦେଶ୍ୟରେ ପୁରସ୍କାରକୁ ସମର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦ ଯୋଗୁଁ ୨୨ ବର୍ଷ ଧରି ସେ ସେବାରେ ଅଛନ୍ତି । ପୁରସ୍କାର ସମାରୋହରେ ଓଡ଼ିଶାର ବିକାଶ କଥା କହିଛନ୍ତି ନବୀନ । ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିଥିବାରୁ କ୍ୟାପିଟାଲ୍ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ।

ଜୀବନବ୍ୟାପୀ ସାଧନା ସମ୍ମାନରେ ନବୀନ ସମ୍ମାନିତ ହେଉଥିବା ବେଳେ ଏହାକୁ  ସ୍ମରଣୀୟ କରିବା ପାଇଁ ବିଜେଡି ପକ୍ଷରୁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସବୁ ଜିଲ୍ଲା ଯୁବ ଓ ଛାତ୍ର ସଭାପତିମାନେ ଦିଲ୍ଲୀ ଯାଇଥିଲେ । କିଛି ବରିଷ୍ଠ ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପାରମ୍ପରିକ ନାଚ, ଗୀତ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଦିଲ୍ଲୀ ନବୀନ ପୁରସ୍କୃତ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନି ବିରୋଧୀ । ତେବେ ବିରୋଧୀଙ୍କ କଟାକ୍ଷକୁ କଡା ସମାଲୋଚନା କରିଛି ବିଜେଡି । ତେବେ ଆସନ୍ତା ୬ ତାରିଖରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।