ଛତିଶଗଡ଼ ପାହାଡ଼ୀ ନାଳ ଅତିକ୍ରମ କଲାବେଳେ ଭାସି ଯାଇ ଯବାନ ନିଖୋଜ । ସିଆରପିଏଫ୍ ଡିଆଇଜିଙ୍କ ସୂଚନା

105

କନକ ବ୍ୟୁରୋ: ଆଜି ସକାଳେ ଛତିଶଗଡ଼ ରାଜ୍ୟର ସିଲ୍‌ଗେର୍‌ ଅଞ୍ଚଳରେ ଗୋଟାଏ ପାହାଡ଼ୀ ନାଳ ଅତିକ୍ରମ କରୁଥିବା ବେଳେ ‘ସିଆର୍‌ପିଏଫ୍‌’ର ଦଳେ ଯବାନମାନଙ୍କ ମଧ୍ୟରୁ ଜଣେ ଭାସି ଯାଇ ନିଖୋଜ ହୋଇଯାଇଥିବା କଥା ‘ସିଆର୍‌ପିଏଫ୍‌’ ଡି.ଆଇ.ଜି. କୋମଲ୍‌ ସିଂହ କହିଛନ୍ତି।

ସୂଚନା ଅନୁସାରେ, ଗତ ରାତି ତମାମ ସୁକୁମା-ବୀଜାପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାରୁ ଚଲତେ ନଦୀ-ନାଳ ଉଛୁଳି ପଡ଼ିଥିଲା। ପେଟ୍ରୋଲିଙ୍ଗ୍‌ରୁ ଫେରୁଥିବା ବେଳେ ଯବାନମାନଙ୍କ ମଧ୍ୟରୁ ସୂରଜ ନାମରେ ଜଣେ ନାଳରେ ନିଖୋଜ ହୋଇଯାଇଥିଲେ। କୋବ୍ରା ୨୧୦ ବାଟାଲିୟାନ୍‌ର ଉକ୍ତ ଯବାନଙ୍କ ଘର କେରଳରେ ବୋଲି ଜଣାପଡ଼ିଛି। ନିଖୋଜ ସୂରଜଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି ।