ସିବିଏସଇ ପେପର ଲିକ୍ ନେଇ ଦିଲ୍ଲୀ ପୁଲିସର ଖୋଳତାଡ ! ପରୀକ୍ଷା ନେଇ ଦ୍ୱନ୍ଦରେ ଓଡିଶାର ଛାତ୍ରଛାତ୍ରୀ

47

କନକ ବ୍ୟୁରୋ : ସିବିଏସଇ ପେପରକ ଲିକ ନେଇ ଦିଲ୍ଲୀ ପୋଲିସର ଛାନଭିନ । ଦିଲ୍ଲୀ ପୋଲିସ ମାମଲାର ଛାନଭିନ୍ ୨୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏହା ପରେ ପ୍ରାୟ ୨୪ ଲକ୍ଷ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଦିଲ୍ଲୀ ପୋଲିସ ପେପର ଲିକ୍ ନେଇ ଦୁଇଟି ମାମଲା ରୁଜୁ କରିବା ସହ ତଦନ୍ତ ଲାଗି ଏକ ଟିମ ଗଠନ କରିଛି । ଏବେ ପୁଣି ପରୀକ୍ଷା ଦେବେ ସିବିଏସଇ ଛାତ୍ରଛାତ୍ରୀ ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ, ନୋଟିସ ଜାରି କରି କହିଛି, ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପୁଣିଥରେ କରାଯିବ । ୭ ଦିନ ଭିତରେ ତାରିଖ ପ୍ରକାଶ ପାଇବ । ତେବେ ଏହି ପରୀକ୍ଷା ଦିଲ୍ଲୀ ଜୋନରେ ହେବ ନା ଓଡିଶା ସମେତ ସାରା ଦେଶରେ ହେବ ତାକୁ ନେଇ ସିବିଏସଇ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି । ଫଳରେ ଓଡିଶା ଜୋନର ଛାତ୍ରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି ।