ଯାଜପୁରରେ ଅଭାବନୀୟ ଘଟଣା ସଇତାନ ସାଜିଲା ବାପା ! ପାରିବାରିକ କଳହକୁ କେନ୍ଦ୍ର କରି ପୁଅକୁ ଠେଙ୍ଗାରେ ପିଟି ପିଟି ମାରିଲା ନୃଶଂସ ବାପା

46

କନକ ବ୍ୟୁରୋ : ଯାଜପୁରରେ ଚାଂଚଲ୍ୟ । ସଇତାନ ସାଜିଲା ବାପା । ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ପୁଅକୁ ଠେଙ୍ଗାରେ ପିଟି ପିଟି ମାରିଲା ବାପା । ଯାଜପୁର ଥାନା ମହେଶ୍ୱର ପଂଚାୟତ ପଦନା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ପୁଅ ଉପେନ୍ଦ୍ର ବେହେରାକୁ ମାରିବା ପରେ ବାପା ବିଦ୍ୟାଧର ବେହେରାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍ ।