ତାମିଲନାଡୁର ମଦୁରାଇ ଜିଲ୍ଲା କୋର୍ଟର କୋଠା ଭିତିପ୍ରସ୍ତର ସ୍ଥାପନ ବେଳେ ପ୍ରଧାନବିଚାରପତିଙ୍କ ବୟାନ । କହିଲେ, ଚାକିରି ସହିତ ପରିବାର ମଧ୍ୟରେ ସନ୍ତୁଳନ ରଖୁଥିବା ମହିଳାଙ୍କୁ ଆନୁଷ୍ଠାନିକ ସମର୍ଥନ ଆବଶ୍ୟକ

90

କନକ ବ୍ୟୁରୋ : ଆଜିର ଦିନରେ ଜଣେ ମହିଳା ପରିବାର ଚଳାଇବା ସହିତ ଚାକିରି କରୁଛନ୍ତି । ଏପରି ସ୍ଥିତିରେ ସଂପୃକ୍ତ ସଂସ୍ଥା ମହିଳାଙ୍କୁ ସମର୍ଥନ କରିବା ଆବଶ୍ୟକ । ତାମିଲନାଡୁର ମଦୁରାଇ ଜିଲ୍ଲା କୋର୍ଟର କୋଠା ଭିତିପ୍ରସ୍ତର ସ୍ଥାପନ ହୋଇଛି । ଏହି ଅବସରରେ ଯୋଗ ଦେଇ ପ୍ରଧାନବିଚାରପତି ଡି. ୱାଇ ଚନ୍ଦ୍ରଚୁଡ ଏହା କହିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ କେନ୍ଦ୍ର ଆଇନ ତଥା ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ । ସମ୍ବୋଧିତ କରିବାବେଳେ ପ୍ରଧାନବିଚାରପତି କହିଥିଲେ ଯେ ଯେଉଁ ମହିଳାମାନେ ଚାକିରି ଏବଂ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆନୁଷ୍ଠାନିକ ସହାୟତା ପ୍ରଦାନ କରାଯିବା ଉଚିତ୍ । ଜଣେ ଯୁବକ ପୁରୁଷ ଓକିଲ ମଧ୍ୟ ପରିବାରର ଯତ୍ନ ନେବାରେ ସମାନ ଭାବରେ ଜଡିତ ହେବାକୁ ବାଛିପାରନ୍ତି । କିନ୍ତୁ ଆମ ସମାଜ ପରିବାର କ୍ଷେତ୍ରରେ ମହିଳାମାନଙ୍କୁ ଦାୟିତ୍ୱ ନେବାକୁ ବାଧ୍ୟ କରେ ।