ଧୁମଧାମରେ ପାଳନ ହେଉଛି ବଡଦିନ । ଯିଶୁଙ୍କ ଆଗମନରେ ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ ।

184

କନକ ବ୍ୟୁରୋ: ଆଜି ହେଉଛି ପବିତ୍ର ବଡଦିନ । ଆଜିର ଦିନରେ ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିବାରୁ ଏହାକୁ ପାଳନ କରିଆସୁଛନ୍ତି ଖ୍ରୀଷ୍ଟାଧର୍ମାବଲମ୍ବୀ । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ଓଡ଼ିଶା ।

ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ଓଡ଼ିଶାରେ ଅନ୍ୟ ସହରରେ ମଧ୍ୟ ବଡଦିନ ଧୁମଧାମରେ ପାଳନ କରାଯାଇଛି । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ପାଳନ ହେଉଥିବାରୁ ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଲୋକମାଳାରେ ଚର୍ଚ୍ଚଗୁଡିକୁ ସଜ୍ଜା ଯାଇଥିବା ବେଳେ ସାଂଟାମାନେ ଚର୍ଚ୍ଚରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ୟୁନିଟ୍-୪, ବରମୁଣ୍ଡା, ୟୁନିଟ୍-୮ ଅଂଚଳରେ ଥିବା ଚର୍ଚ୍ଚରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।