ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ କଲେ ୭୨.୩୩% ଛାତ୍ରଛାତ୍ରୀ। ୯୦% ରଖିଛନ୍ତି ମାତ୍ର ୬୦ ଜଣ

277

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ଭବନରେ ପ୍ରକାଶ ପାଇଛି ରେଜଲ୍ଟ । ତେବେ ଚଳିତ ବର୍ଷ ପାସ୍ ହାର ୭୨. ୩୩%। ଗତବର୍ଷ ତୁଳନାରେ ୪% କମ୍ ରହିଛି। ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ- ୮୬. ୫୬% ରହିଥିବା ବେଳେ ଗଜପତି ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ- ୩୬. ୨୦% ରହିଛି । ଏଥର ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ପାସ୍ ହାର ଅଧିକ ରହିଛି । ସେହିଭଳି ୬୦ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଅଧିକ ନମ୍ବର ରଖିଛନ୍ତି। ଗତବର୍ଷ ୯୦% ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୪୧।

ତେବେ ରାଜ୍ୟର ୨୯ଟି କଲେଜର ରେଜଲ୍ଟ ଶତପ୍ରତିଶତ ହୋଇଥିବା ବେଳେ ୯ଟି କଲେଜର ରେଜଲଟ୍ ଶୂନ ହୋଇଛି। ଏଥର ପରୀକ୍ଷା ଦେଇଥିବା ୯୭, ୭୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦,୭୦୬ ଜଣ ପାସ୍‌ କରିଛନ୍ତି। ଜୟଦେବ ଭବନ ପରିସରସ୍ଥିତ ଗୀତଗୋବିନ୍ଦ ଭବନରେ ଆୟୋଜିତ ଫଳ ପୁସ୍ତିକା ଉନ୍ମୋଚନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର, ପରିଷଦ୍ର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

hindustantimes.com

ପରୀକ୍ଷାର୍ଥୀମାନେ www.orissaresults.nic.in ଓ www.chseodisha.nic.in ୱେବସାଇଟକୁ ଯାଇ ରେଜଲ୍ଟ ପାଇପାରିବେ । ଛାତ୍ରଛାତ୍ରୀ ନିଜର ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷା ଫଳ ପାଇପାରିବେ । ଚଳିତବର୍ଷ ୯୯ ହଜାର ୧୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷା ଖାତା ଦେଖାରେ ବିଳମ୍ବ ଯୋଗୁଁ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଜୁନ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।