ବଢୁଛି ଅରୁଣାଚଳପ୍ରଦେଶକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ । ୧୧ଟି ସ୍ଥାନ ନାଁ ପରିବର୍ତନକୁ ଭାରତର ବିରୋଧ ପରେ ଅରୁଣାଚଳ ଉପରେ ସାର୍ବଭୌମତ୍ୱ ଦାବି କଲା ଚୀନ

161

କନକ ବ୍ୟୁରୋ : ଅରୁଣାଚଳପ୍ରଦେଶକୁ ନେଇ ଭାରତ ଓ ଚୀନ ମଧ୍ୟରେ ବଢ଼ୁଛି ବିବାଦ । ଅରୁଣାଚଳପ୍ରଦେଶର ୧୧ଟି ସ୍ଥାନକୁ ଚୀନ ପୁଃନ ନାମିତ କରିବା ଘଟଣାକୁ ଭାରତ ପକ୍ଷରୁ ଜୋରଦାର ବିରୋଧ କରାଯାଉଛି । ଭାରତ ଓ ଆମେରିକା ଜବାବ ପରେ ପୁଣି ଥରେ ପ୍ରତିକ୍ରିୟା ରଖିଛି ଚୀନ । ଜାଙ୍ଗନାନ୍ ଚୀନର ଭୌଗଳିକ ସୀମାରେ ଭିତରେ ଆସୁଛି ଓ ଏହାର ନାଁ ପରିବର୍ତନ କରିବା ଚୀନର ଅଧିକାର ବୋଲି କହିଛନ୍ତି ଚୀନ ବୈଦେଶିକମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ । ପୂର୍ବରୁ ଭାରତକୁ ସମର୍ଥନ ଜଣାଇ ଆମେରିକା କହିଥିଲା କି ଅରୁଣାଚଳ ହେଉଛି ଭାରତର ଅବିଚ୍ଛେଦ ଅଙ୍ଗ । ସ୍ଥାନଗୁଡିକର ନାମ କରଣ କରି କାହା ସୀମାରେ ଅନୁପ୍ରବେଶକୁ ସମର୍ଥନ କରାଯିବନି । ନାଁ ପରିବର୍ତନ କରି ଅତିକ୍ରମଣ କରିବା ଉଚିତ ନୁହେଁ ବୋଲି ଆମେରିକା କହିଥିଲା । ଭାରତ କହିଥିଲା ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ ଅଙ୍ଗ ଥିଲା ଓ ରହିବ । ଅରୁଣାଚଳପ୍ରଦେଶର ୧୧ଟି ସ୍ଥାନକୁ ଚୀନର ନିଜର ଦର୍ଶାଇବା ପରେ ଭାରତ ସମେତ ଆମେରିକା ଏହାର ନିନ୍ଦା କରିଥିଲେ । ନାଁ ବଦଳିଲେ ସତ ବଦଳିଯାଏନି ବୋଲି ଭାରତ କହିଥିଲା । ସେପଟେ ଆମେରିକା କହିଥିଲା ଅରୁଣାଚଳ ଭାରତର ଅବିଚ୍ଛେଦ ଅଙ୍ଗ ଅଟେ ।