ଚର୍ଚ୍ଚାରେ ଏହି ଦେଶର ରାଷ୍ଟ୍ରପତିଙ୍କ କୁକୁର, ଦେଉଛି ଇଣ୍ଟରଭ୍ୟୁ, କରୁଛି ଲାଇଭ ଚାଟ୍

128

କନକ ବ୍ୟୁରୋ : ଡିସେମ୍ବର ୧୯ ତାରିଖରେ ଚିଲ୍ଲୀକୁ ନୂଆ ରାଷ୍ଟ୍ରପତି ମିଳିଛି । ଯେତେବେଳେ ୩୫ ବର୍ଷିୟ ଗ୍ରାବିଏଲ ବୋରିକ ଚିଲ୍ଲୀର ରାଷ୍ଟ୍ରପତି ଭାବେ ଶପଥ ନେଲେ ତାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କାରଣ ସେ ମାତ୍ର ୩୫ ବର୍ଷ ବୟସରେ ଚିଲ୍ଲୀର ଦକ୍ଷୀଣପନ୍ଥୀ ଶାସକଙ୍କ ହରାଇ ଦେଶରେ ବାମପନ୍ଥୀ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି ।

ସେ ବିଶ୍ୱରୁ ହଜି ଯାଉଥିବା ସମାଜବାଦୀମାନଙ୍କ ପାଇଁ ଆଶାର କିରଣ ସାଜିଛନ୍ତି । ସେ ଦକ୍ଷିଣପନ୍ଥୀ ନେତା ୫୫ ବର୍ଷିୟ ଜୋଶ ଏନ୍ତୋନିଆଙ୍କୁ ପରାସ୍ତ କରିଛନ୍ତି । ଗ୍ରାବିଏଲକୁ ୫୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଗ୍ରାବିଏଲ ଏବେ ତାଙ୍କ ଦେଶରେ ଜଣେ ବାମପନ୍ଥୀ ଚେହେରା ଭାବେ ଉଭା ହୋଇଛନ୍ତି ।

ଏତ ଥିଲା ଗ୍ରାବିଏଲ ବୋରିକଙ୍କ ସହ ଜଡିତ କିଛି କଥା । ମାତ୍ର ଏବେ ସେ ଅନ୍ୟଏକ କାରଣ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ‘ଡେଲି ମେଲ’ରେ ପ୍ରକାଶିତ ଏକ ଖବର ମୁତାବକ ଗ୍ରାବିଏଲ ନିଜ କୁକୁର ବ୍ରାଉନୀ ନାମରେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଛନ୍ତି । ଏହାପରେ ତାଙ୍କ କୁକୁର ବ୍ରାଉନୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ରାଉନୀ ଆର୍ଜେଣ୍ଟିନାର ରାଷ୍ଟ୍ରପତିଙ୍କ କୁକୁର ସହ ଚାଟ କରୁଛି । ଯାହାର ପୋଷ୍ଟ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛି । କେବଳ ସେତିକି ନୁହେଁ ଫ୍ରେସ ଟାଇମ ମାଧ୍ୟମରେ ସେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ କୁକୁର ଡାଇଲାନ ସହ କଥା ବି ହେଉଛି । ଡାଇଲନ ତାଙ୍କ ଚାଟରେ ଲେଖିଛନ୍ତି କି ଆମେ ପରସ୍ପର ସହ କଥା ହୋଇ ଦୁନିଆକୁ ଆହୁରି ସୁନ୍ଦର ଭାବେ ଗଠନ କରିପାରିବା ।

ଡାଇଲନ ବ୍ରାଉନୀଙ୍କୁ ବି ଶୁଭେଚ୍ଛା ଜଣାଇଛନ୍ତି । ଗ୍ରାବିଏଲ ତାଙ୍କ କୁକୁର ନାମରେ ଏକ ଆକାଉଣ୍ଟ ସେହିଦିନ ଖୋଲିଥିଲେ ଯେଉଁଦିନ ସେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ । ଆକାଉଣ୍ଟ ଖୋଲିବାର ମାତ୍ର କିଛିଦିନ ମଧ୍ୟରେ ୩ ଲକ୍ଷ ଫଲୋଅର୍ସ ଜୋଡି ହୋଇଛନ୍ତି । ଏକ ଫୋଟେରେ ବି ବ୍ରାଉନ ଚିଲ୍ଲୀର ମର୍ଣ୍ଣିଂ ସୋରେ ଇଣ୍ଟରଭ୍ୟୁ ଦେଉଥିବାର ଦେଖିବାକୁ ମିଳିଛି ।