ବନ୍ଧୁତା ଦିବସରେ ରାଷ୍ଟ୍ରପତିଙ୍କୁ ମନେପକାଇଲେ ବାଲ୍ୟ ବାନ୍ଧବୀ । ବଖାଣିଲେ ପିଲାବେଳେ ମହାମହିମଙ୍କ ସହ କାଟିଥିବା ପ୍ରତିଟି ମୁହୂର୍ତ୍ତ । କହିଲେ, ସ୍କୁଲବେଳୁ ସ୍ନେହୀ ଓ ପରୋପକାରୀ ଥିଲେ ଦ୍ରୌପଦୀ ମୁର୍ମୁ

161

କନକ ବ୍ୟୁରୋ: ମଣିଷ ଯେତେ ବଡ ପଦବୀକୁ ଗଲେ ବି ପିଲା ଦିନର କଥା ଭୁଲିପାରେନି । ଆଜି ବନ୍ଧୁତ୍ୱ ଦିବସରେ ରାଷ୍ଟ୍ରପତିଙ୍କ ସାଙ୍ଗ ମାନେ ସେହି ପୁରୁଣା ବେଳର ସ୍କୁଲ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଛନ୍ତି । ସ୍କୁଲ ପଢିବାବେଳେ ମହାମହିମ କିଭଳି ସରଳ ଥିଲେ ସେ କଥା କହିଛନ୍ତି ରାଷ୍ଟ୍ରପତିଙ୍କ ସାଙ୍ଗ ।

  • ବନ୍ଧୁତ୍ୱ ଦିବସ: ରାଷ୍ଟ୍ରପତିଙ୍କୁ ମନେପକାଇଲେ ବାଲ୍ୟ ବନ୍ଧୁ
  • ବଖାଣିଲେ ଛୋଟବେଳର କଥା

ବନ୍ଧୁତ୍ୱ ଦିବସରେ ରାଷ୍ଟ୍ରପତି ବନ୍ଧୁଙ୍କୁ ମନେ ପକାଇଛନ୍ତି ବାଲ୍ୟ ବନ୍ଧୁ ତପତୀ ମଣ୍ଡଳ । ମୟୁରଭଞ୍ଜ ଜିଲ୍ଲା ଉପରବେଡା ଗାଁର ତପତୀ ମଣ୍ଡଳ ଆଜିର ଦିନରେ ମହାମହିମଙ୍କ ସହ ପିଲାଦିନର କଥା କ୍ୟାମେରା ଆଗରେ ବଖାଣିଛନ୍ତି । ତାଙ୍କ କହିବା କଥା ହେଲା, ସ୍କୁଲ ବେଳୁ ହିଁ ରାଷ୍ଟ୍ରପତି ସ୍ନେହୀ ଓ ପରୋପକାରୀ ଥିଲେ । ସ୍କୁଲ ସମୟରେ ତପତୀ ଦ୍ରୌପଦୀଙ୍କ ସହ ସ୍କୁଲ ଯାଉଥିଲେ ଓ ଖେଳାଖେଳି ବି କରିଥିଲେ । ଉପରବେଡା ସ୍କୁଲରେ ଉଭୟ ପାଠ ପଢୁଥିଲେ । ରାଷ୍ଟ୍ରପତି ହେବା ପରେ ତପତୀ, ଦ୍ରୌପଦୀ ମୁର୍ମୁଙ୍କ ସହ ଭେଟିବାର ସୁଯୋଗ ପାଇନାହାନ୍ତି ।

  • ଅଷ୍ଟମ ଶ୍ରେଣୀରୁ ସାଙ୍ଗ ଥିଲେ ଚିନ୍ମୟୀ, ଅଜିତା
  • କନକ ନ୍ୟୁଜରେ ବଖାଣଣିଲେ ଖୁସିର ମୁହୂର୍ତ୍ତ

ରାଷ୍ଟ୍ରପତିଙ୍କ ସ୍କୁଲ ବେଳର ସାଙ୍ଗ ହେଉଛନ୍ତି ଚିନ୍ମୟୀ ଗୋଛାୟତ ଓ ଅଜିତା ଅଂଶୁମାଳା । ଛୋଟ ବେଳେ କିଭଳି ମଜାମସ୍ତି କରୁଥିଲେ ସେ ବିଷୟରେ କହିଛନ୍ତି ଅଜିତା ଅଂଶୁମାଳ । ଚିନ୍ମୟୀଙ୍କ କହିବା କଥା ହେଲା,ଦ୍ରୌପଦୀ ବେଶ ମେଳାପୀ ଥିଲେ । ସ୍କୁଲ ସମୟରେ ବେଶ ମଜାମଜଲିସ କରୁଥିଲେ । କନକ ନ୍ୟୁଜ ଆଗରେ ସେହି ସମୟରେ କଥା କହି ଭାବବିହ୍ୱଳ ହୋଇଛନ୍ତି ଉଭୟ ସାଙ୍ଗ । ଉଭୟଙ୍କ କହିବା କଥା ହେଲା, ସେତେବେଳେ ସେ ଯେମିତି ଥିଲେ ଏବେ ବି ସେମିତି ଅଛନ୍ତି । ଏନସିସି ବେଳର କଥା କହି ଭାବବିହ୍ୱଳ ହୋଇଛନ୍ତି ଅଜିତା ଅଂଶୁମାଳା ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଚିନ୍ମୟୀ ଗୋଚ୍ଛାୟତ ୨ ଥର ରାଷ୍ଟ୍ରପତି ଭବନ ଯାଇଛନ୍ତି । ସେମାନଙ୍କ ବନ୍ଧୁତ୍ୱ ଏବେ ପାରିବାରିକ ସମ୍ପର୍କରେ ପରିଣତ ହୋଇଛି ।