ଶିଶୁ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ! ଚିକିତ୍ସାରେ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ

28

କନକ ବ୍ୟୁରୋ : ଶିଶୁ ମୃତ୍ୟୁକୁ ନେଇ ଉଦଳା ଡାକ୍ତରଖାନାରେ ଉତ୍ତେଜନା । ଭୁଲ୍ ଇଂଜେକ୍ସନ୍ ଦେଇଥିବା ଯୋଗୁ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଉଦଳା ଉପଖଣ୍ଡ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ ପତିଙ୍କୁ ଘେରାଉ କରିବା ଯୋଗୁଁ ଉତ୍ତେଜନା ଦେଖା ଦେଇଥିଲା ।

ତେବେ ମୟୁରଭଂଜ କପ୍ତିପଦା ଥାନା ନୁହଡିହା ଗାଁର କାହ୍ନୁ ବେହେରାଙ୍କ ଚିକିତ୍ସା ପାଇଁ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଇଂଜେକସନ୍ ଦେବାର ଅଳ୍ପ ସମୟ ମଧ୍ୟରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଫଳରେ ଡାକ୍ତର ଲକ୍ଷ୍ମୀକାନ୍ତ ପତି ଭୁଲ୍ ଇଂଜେକସନ୍ ଦେଇଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ ପରିବାର ଲୋକେ ।