ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ କବଜା କରୁଛି ଛତିଶଗଡ଼ । ସାମ୍ନାକୁ ଆସିଲା କଲମା ବ୍ୟାରେଜର ଚିତ୍ର । ଗୋଟିଏ ପଟେ ଉଛୁଳୁଛି ମହାନଦୀ, ଅନ୍ୟପଟେ ପଡ଼ିଛି ଶୁଖିଲା ।

235

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗକୁ ନେଇ ଓଡିଶାରେ ବେଶ ହୋହଲ୍ଲା ହୋଇଛି । ଛତିଶଗଡ ମହାନଦୀ ପାଣିକୁ ଅଟକାଇଛି ବୋଲି ଅଭିଯୋଗ ଓ ଦିଲ୍ଲୀରେ ଏହାକୁ ନେଇ ତମ୍ବିତୋଫାନ ହେବା ପରେ ମଧ୍ୟ ଏଥିରେ ବିଶେଷ କିଛି ପରିବର୍ତ୍ତର୍ନ ଆସିନାହିଁ । ଗୋଟିଏ ପଟେ ଭରପୁର ପାଣି ଓ ଅନ୍ୟପଟେ ଶୁଖିଲା ମହାନଦୀ । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି ।

‘ଗୁଗୁଲ ଆଥ‘ର୍ର ଚିତ୍ର ଦେଖିଲେ ଆପଣ ଅନୁମାନ କରିପାରିବେ, ମହାନଦୀ ଜଳ ପରିଚାଳନାରେ କୌଣସି ଉନ୍ନତି ଆସିନାହିଁ । ଯଦି ମୌସୁମୀ ଠିକ ସମୟରେ ଆସିବ ନାହିଁ, ତେବେ ହୀରାକୁଦ ଜଳଭଣ୍ଡାର ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଲମା ବ୍ୟାରେଜରେ ଏତେ ପରିମାଣର ପାଣି ଅଟକାଇବା ପଛର କାରଣ ହେଉଛି, ଛତିଶଗଡ ସରକାର ଶିଳ୍ପାନୁଷ୍ଠାନ ଗୁଡିକୁ ପ୍ରଚୁର ପରିମାଣରେ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି ।

ପାଣି ଅଟକାଇ ଏହି ପ୍ରତିଶ୍ରୁତି ପୂରଣ କରୁଛନ୍ତି ଛତିଶଗଡ ସରକାର । ଫଳରେ ଏପଟେ ଓଡିଶା ପଟର ମହାନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରିପାରୁ ନାହାନ୍ତି । କିନ୍ତୁ ଛତିଶଗଡ ପଟେ ପର୍ଯ୍ୟାପ୍ତ ପାଣି ଥିବାରୁ ସେଠାରେ ଯାତ୍ରୀବାହି ଡଙ୍ଗା ମଧ୍ୟ ଚାଲୁଛି ।