ଓଡିଶା ସୀମାନ୍ତ ଛତିଶଗଡର ସୁକମାରେ ଏନକାଉଂଟର ! ନକ୍ସଲଙ୍କ ଆକ୍ରମଣରେ ୨କୋବ୍ରା ଯବାନ ସହିଦ, ୬ଯବାନ ଆହତ

35

କନକ ବ୍ୟୁରୋ : ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ବଡ ଧରଣର ମାଓ ଆକ୍ରମଣ ହୋଇଛି । ଭେଜି ଥାନା ଅଂଚଳରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ ଜଣ କୋବ୍ରା ଯବାନ ସହିଦ ଓ ୬ ଜଣ ଆହତ ହୋଇଛନ୍ତି । ଆହତ ୬ଜଣ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଭେଜି ଥାନା ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ପୋଲିସ ଗୁଳିରେ ମଧ୍ୟ କିଛି ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମାଓବାଦୀଙ୍କ ଧମକ ସତ୍ୱେ ସୁକମା ଜିଲ୍ଲାର ଭଜ୍ଜି ଓ ଚିନ୍ତାଗୁମ୍ଫାରେ ରାସ୍ତା ନିର୍ମାଣ କାମ ଚାଲିଛି । ଗତକାଲି ସଶସ୍ତ୍ର ମାଓବାଦୀ ଆସି ଠିକା କ୍ୟାଂପର ସୁପରଭାଇଜର ଓ ଜଣେ ଶ୍ରମିକଙ୍କୁ ଗଳାକାଟି ହତ୍ୟା କରିଥିଲେ । ଠିକା କ୍ୟାମ୍ପରେ ଥିବା ସମସ୍ତ ଗାଡିକୁ ନିଆଁ ଲଗାଇଦେବା ସହ ଦୁଇଜଣଙ୍କୁ ହତ୍ୟା କରିଥିଲେ । ଏଖବର ପାଇ ଘଟଣାସ୍ଥଳକୁ ଯାଇଥିଲେ କୋବ୍ରା ଯବାନ । ଘଟଣାସ୍ଥଳରେ ମାଓବାଦୀଙ୍କ ସହ ସେମାନଙ୍କ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ହିଁ ଦୁଇଜଣ କୋବ୍ରା ଯବାନ ପ୍ରାଣ ହରାଇଥିଲେ । ବର୍ତମାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।