ଛତିଶଗଡରେ କିଏ ଗଢିବ ସରକାର । ଫେରିବେ ରମଣ ସିଂ ନା ପଦ ବଜାୟ ରଖିବେ ଭୂପେଶ ବଘେଲ?

110

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏବେ ଫଳାଫଳକୁ ଅପେକ୍ଷା ।  କିଏ ବିଜେପି ସରକାର ଗଢିବ ବୋଲି ଆଶା ବାନ୍ଧି ବସିଛି ତ କଂଗ୍ରେସ ଶିବିରକୁ ମିଠାର ପ୍ୟାକେଟ ପହଂଚିଗଲାଣି । ତେବେ ଆସନ୍ତୁ ଜାଣିବା ଏଗଜିଟ ପୋଲ ରିପୋର୍ଟ କଣ ଥିଲା ।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ଛତିଶଗଡରେ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୬-୪୬ ଆସନ ମିଳିପାରେ । ଜନ୍ କି ବାତର ରିପୋର୍ଟ ମୁତାବକ କଂଗ୍ରସକୁ ୪୨-୫୩ ଓ ବିଜେପିକୁ ୩୪-୪୫ ଆସନ ମିଳିପାରେ । ସି ଭୋଟର ସର୍ଭେ ମୁତାବକ କଂଗ୍ରେସକୁ ୪୧-୫୩ ଓ ବିଜେପିକୁ ୩୬-୪୮ ଆସନ ମିଳିପାରେ । ସେହିଭଳି ଟୁଡେଜ ଚାଣକ୍ୟ ରିପୋର୍ଟ କହୁଛି କଂଗ୍ରେସକୁ ୪୯-୬୫ ଓ ବିଜେପିକୁ ୨୫-୪୧ସେହିଭଳି ମାଟ୍ରିଜର ରିପୋର୍ଟ ମୁତାବକ କଂଗ୍ରେସକୁ ୪୨-୫୨ ଓ ବିଜେପିକୁ ୩୪-୪୨ । ପୋଲଷ୍ଟାର୍ଟ ରିପୋର୍ଟ ମୁତାବକ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୫-୪୫ ।

ଯଦି ୨୦୧୮ ନିର୍ବାଚନକୁ ଦେଖିବା ତେବେ ଛତିଶଗଡ ବିଧାନସଭାର ମୋଟ ୯୦ ଟି ଆସନ ମଧ୍ୟରୁ ୨୦୧୮ ରେ ସର୍ବାଧିକ ୬୮ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା । ୨୦୦୩ ରୁ କ୍ରମାଗତ ଭାବେ କ୍ଷମତା ଦଖଲ କରୁଥିବା ବିଜେପି ରମଣ ସିଂଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲେ ବି ମାତ୍ର ୧୫ ଟି ଆସନରେ ବିଜୟୀ ହେବାକୁ ସମର୍ଥ ହୋଇଥିଲା । ୬୮ ଟି ଆସନ ଜିତି କଂଗ୍ରେସ ସରକାର ଗଠନ କରିଥିଲା ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ ଭୂପେଶ ବଘେଲ । ହେଲେ କିଛିମାସ ତଳେ ଦଳ ଭିତରେ କନ୍ଦଳ ଦେଖାଦେବାରୁ ଦଳୀୟ ନେତା ଟିଏସ ସିଂଦେଓଙ୍କୁ ସନ୍ତୁଷ୍ଟ କରିବାକୁ ଉପ ମୁଖ୍ୟମନ୍ତ୍ରୀ ଆସନରେ ନିଯୁକ୍ତ କରିଥିଲା ।

ପ୍ରତିଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଦଳମାନେ କେନ୍ଦ୍ରୀୟ ନେତୃତ୍ୱଙ୍କ ଚେହେରାକୁ ପ୍ରାଥମିକତା ଦେଇଥାନ୍ତି । ଏହି କ୍ରମରେ ବିଜେପି ମଧ୍ୟ ଚିରାଚରିତ ଢଙ୍ଗରେ ଛତିଶଗଡରେ ଆଞ୍ଚଳିକ ନେତାଙ୍କ ଚେହେରାକୁ ଗୁରୁତ୍ୱ ନଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରାକୁ ଗୁରୁତ୍ୱ ଦେଇଥିଲା । ସେହିଭଳି କଂଗ୍ରେସ ପାଇଁ ମଧ୍ୟ ରାହୁଲ ଗାନ୍ଧୀ ଜୋରଦାର ପ୍ରଚାର କରିଥିଲେ । ତେବେ ଆସନ୍ତୁ ଜାଣିବା ଏହି ଦୁଇନେତାଙ୍କର ଲୋକପ୍ରିୟତା ଛତିଶଗଡରେ କେତେ ରହିଛି ।

୨୦୧୪ ସାଧାରଣ ନିର୍ବାଚନ ବେଳେ ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୩୮ ପ୍ରତିଶତ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୧୩ ପ୍ରତିଶତ ଥିଲା । ସେହିଭଳି ୨୦୧୯ ସାଧାରଣ ନିର୍ବାଚନ ବେଳେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ୪୨ ପ୍ରତିଶତ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ୨୭ ପ୍ରତିଶତ ଥିଲା ।

ଛତିଶଗଡର ରାଜନୈତିକ ଇତିହାସ ଦେଖିଲେ ୨୦୦୩ ରେ କଂଗ୍ରେସ ସରକାର କରିଥିଲା ଓ ଅଜିତ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ସମୟରେ ଅଜିତ ଯୋଗୀଙ୍କ ଲୋକପ୍ରିୟତା ୨୮ ପ୍ରତିଶତ ଥିବା ବେଳେ କଂଗ୍ରେସକୁ ୩୭ ପ୍ରତିଶତ ଭୋଟ ମିଳିଥିଲା । ସେହିଭଳି ୨୦୦୮ରେ ବିଜେପିର ରମଣ ସିଂ ସରକାର ଗଠନ କରିଥିଲେ । ଏହି ସମୟରେ ରମଣ ସିଂଙ୍କ ଲୋକପ୍ରିୟତା ୩୮ ପ୍ରତିଶତ ଥିବା ବେଳେ ବିଜେପିକୁ ୪୦ ପ୍ରତିଶତ ଭୋଟ ମିଳିଥିଲା । ୨୦୧୩ ରେ ପୁଣି ରମଣ ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ସମୟରେ ରମଣ ସିଂଙ୍କ ଲୋକପ୍ରିୟତା ୪୬ ପ୍ରତିଶତ ଥିବା ବେଳେ ବିଜେପିକୁ ୪୧ ପ୍ରତିଶତ ଭୋଟ ମିଳିଥିଲା । ହେଲେ ୨୦୧୮ ନିର୍ବାଚନରେ ରମଣ ସିଂ ଲୋକପ୍ରିୟତା କମି ୨୯ ପ୍ରତିଶତରେ ପହଂଚିଥିଲା ଓ ବିଜେପିକୁ ମାତ୍ର ୩୮ ପ୍ରତିଶତ ଭୋଟ ମିଳିଥିଲା । ଭୂପେଶ ବଘେଲଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଓ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ପ୍ରତିଶ୍ରୁତି
ଛତିଶଗଡ଼ କଂଗ୍ରେସ
– ମହିଳାଙ୍କୁ ମାସିକ ୧୫ ହଜାର ଟଙ୍କା ଭତ୍ତା
– କ୍ୱିଂଟାଲ୍ ପିଛା ୩,୨୦୦ ଟଙ୍କାରେ ଧାନ ସଂଗ୍ରହ
– ଏକର ପିଛା ୨୦ କୁଇଂଟାଲ୍ ଧାନ ସଂଗ୍ରହ
– ୨୦୧୮ରେ କୃଷି ଋଣ ଛାଡ଼ କରିଥିଲା କଂଗ୍ରେସ

ଛତିଶଗଡ଼ ବିଜେପି
– ବିବାହିତ ଗରିବ ମହିଳାଙ୍କୁ ୧୨ ହଜାର ଟଙ୍କା ସହାୟତା
– ରାଣୀ ଦାଗବତୀ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି
– ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସ୍ୟୁରାନ୍ସ ସାର୍ଟିଫିକେଟ୍