ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚକୁ ନେଇ ବିବାଦ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି

2,125

କନକ ବ୍ୟୁରୋ: ନିର୍ବାଚନରେ ପ୍ରଚାର ସମୟରେ ପ୍ରାର୍ଥୀଙ୍କ ସାଥିରେ ବୁଲନ୍ତି ଷ୍ଟାର ପ୍ରଚାରକ । ରୋଡ ସୋ ହେଉ କି ସମାବେଶ ସବୁଠି ଦେଖାଯାନ୍ତି ତାରକା ପ୍ରଚାରକ । କେତେବେଳେ ବଡ ନେତା ତ ପୁଣି କେତେବେଳେ ସେଲିବ୍ରିଟିମାନେ ତାରକା ପ୍ରଚାରକ ଭାବେ ପ୍ରଚାର କରନ୍ତି । ଏବେ ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚକୁ ନେଇ ବିବାଦ ହୋଇଛି । ଯାହା ସବୁ ରାଜନୈତିକ ଦଳକୁ ଅଡୁଆରେ ପକାଇଛି । ନିର୍ବାଚନ କମିସନଙ୍କ ପାଖରେ ଆପତି ସତ୍ୱେ କିଛି ନଶୁଣିବାରୁ ବିଜେଡି ନିର୍ଦ୍ଦେଶନାମାଙ୍କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ।

ନିର୍ବାଚନରେ ପ୍ରଚାର ସମୟରେ ପ୍ରାର୍ଥୀଙ୍କ ସାଥିରେ ବୁଲନ୍ତି ଷ୍ଟାର ପ୍ରଚାରକ । ରୋଡ ସୋ ହେଉ କି ସମାବେଶ ସବୁଠି ଦେଖାଯାନ୍ତି ତାରକା ପ୍ରଚାରକ । କେତେବେଳେ ବଡ ନେତା ତ ପୁଣି କେତେବେଳେ ସେଲିବ୍ରିଟିମାନେ ତାରକା ପ୍ରଚାରକ ଭାବେ ପ୍ରଚାର କରନ୍ତି । ଏବେ ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚକୁ ନେଇ ବିବାଦ ହୋଇଛି । ଯାହା ସବୁ ରାଜନୈତିକ ଦଳକୁ ଅଡୁଆରେ ପକାଇଛି । ନିର୍ବାଚନ କମିସନଙ୍କ ପାଖରେ ଆପତି ସତ୍ୱେ କିଛି ନଶୁଣିବାରୁ ବିଜେଡି ନିର୍ଦ୍ଦେଶନାମାଙ୍କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ।

ନିର୍ବାଚନରେ ଷ୍ଟାର ପ୍ରଚାରକଙ୍କ ଖର୍ଚ୍ଚ ବିବାଦ ନିର୍ବାଚନ କମିସନଙ୍କ ଦରବାର ଦେଇ ହାଇକୋର୍ଟରେ ପହଂଚିଛି । ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଏସକେ ମିଶ୍ରଙ୍କ ଖଣ୍ଡପୀଠ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି । ଏଥିସହ ନିର୍ବାଚନ କମିସନ କୌଣସି ନିଷ୍ପତି ନେଲେ କୋର୍ଟକୁ ଜଣାଇବାକୁ ନିର୍ଦେଶ ଦେଇଛନ୍ତି । ଜୁନ ୨୪ ତାରିଖରେ ମାମଲାର ପରବର୍ତି ଶୁଣାଣି ହେବ ।
କ’ଣ ଏହି ବିବାଦ?
କାହିଁକି ବିରୋଧ କରୁଛି ବିଜେଡି?
ଇସିଆଇର ପୂର୍ବ ନିୟମ
ଷ୍ଟାର ପ୍ରଚାରକଙ୍କ ସମାବେଶ ତଥା ଶୋଭାଯାତ୍ରା ପାଇଁ ଖର୍ଚ୍ଚ ଅଧା ଅଧା ହେବ
ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ସମାନ ଭାବେ ଖର୍ଚ୍ଚ ବହନ କରିବେ
ଇସିଆଇର ନୂଆ ନିୟମ
ଷ୍ଟାର ପ୍ରଚାରକଙ୍କ ଶୋଭାଯାତ୍ରା, ସମାବେଶ ଖର୍ଚ୍ଚ ଅଧାଅଧା ହେବ ନାହିଁ
ଲୋକସଭା ପ୍ରାର୍ଥୀ ୩ ଭାଗ ଓ ବିଧାନସଭା ପ୍ରାର୍ଥୀ ୧ ଭାଗ ଖର୍ଚ୍ଚ ବହନ କରିବେ

ଏହାକୁ ବିରୋଧ କରିି ବିଜେଡି ଆପତି କରିଛି । ପ୍ରଥମେ ନିର୍ବାଚନ କମିସନଙ୍କୁ ଲିଖିତ ଭାବେ ଜଣାଇ ଆପତି କରିଥିଲା, ହେଲେ କୌଣସି ନିଷ୍ପତି ନଆସିବାରୁ ହାଇକୋର୍ଟକୁ ଯାଇଛି ।
ନିର୍ବାଚନ ପ୍ରକ୍ରିୟା ଚାଲୁଥିବା ସମୟରେ ଇସିଆଇ ଏଭଳି ନୂଆ ନିୟମ ଆଣିବା ଉଚିତ ନୁହଁ ବୋଲି ବିଶେଷଜ୍ଞ କହିଛନ୍ତି । ନୂଆ ନିର୍ଦ୍ଦେଶନାମା ସମ୍ପର୍କରେ ନିର୍ବାଚନ ପୂର୍ବରୁ ବିଚାର କରିବା ସହ ରାଜନୈତିକ ଦଳକୁ ଅବଗତ କରାଇବା ଉଚିତ ଥିଲା ବୋଲି ବିଶେଷଜ୍ଞ ମତ ଦେଲେଣି । ଭାରତର ନିର୍ବାଚନ ଆୟୋଗଙ୍କ ଏଭଳି ନିର୍ଦ୍ଦେଶନାମା ଆଇନ ସିଦ୍ଧ ନୁହେଁ, ଏହାକୁ ଆଇନ ସିଦ୍ଧ କରାଗଲେ ଏଭଳି ବ୍ୟତିକ୍ରମ ହୁଅନ୍ତା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ।

ଅନ୍ୟପଟେ ହାଇକୋର୍ଟ ଆଗରେ ଇସିଆଇଙ୍କ ପକ୍ଷ ରଖି ଷ୍ଟାଣ୍ଡିଂ କାଉନସିଲ କହିଛି, ବିଜେଡିର ଅଭିଯୋଗ ଇସିଆଇ ପାଖରେ ବିଚାରଧିନ ରହିଛି । ଗ୍ରୀଷ୍ମ ଅବକାଶ ପରେ ମାମଲାର ଶୁଣାଣି କରିବାକୁ ନିବେଦନ କରିଛି ଷ୍ଟାଣ୍ଡିଂ କାଉନସିଲ ।