କମିଲା ଏଲପିଜି ଦର । କମର୍ସିଆଲ ସିଲିଣ୍ଡର ପିଛା ୭୦ ଟଙ୍କା ହ୍ରାସ । ଜାଣନ୍ତୁ କେଉଁଠି ହେଲା କେତେ ରେଟ୍ ।

1,637

କନକ ବ୍ୟୁରୋ: ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ୍‌ ହ୍ରାସ ପାଇଛି। ଦେଶର ତୈଳ ମାର୍କେଟିଂ କମ୍ପାନୀ (ଓଏମ୍‌ସିଏସ୍‌) ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଜୁନ୍‌ ପହିଲାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ତେବେ ଘରୋଇ ଏଲ୍‌ପିଜି ମୂଲ୍ୟ ଅପରିବର୍ତ୍ତିତ ରହିଛି ।

ଦର କମିବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ମୂଲ୍ୟ ୬୯.୪୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ମେ ୧ ତାରିଖରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୯ ଟଙ୍କା ହ୍ରାସ ପାଇଥିଲା। ଏହାଫଳରେ ବୈବସାୟିକ ଏଲପିଜି ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ଜାନୁଆରୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର ୧.୫୦ ଟଙ୍କା ବଢ଼ିଥିଲା। ଫେବ୍ରୁଆରୀରେ ୧୪ ଟଙ୍କା ବୃଦ୍ଧି ହୋଇଥିଲା। ମାର୍ଚ୍ଚ ମାସରେ ଏହା ୨୫.୫୦ ଟଙ୍କା ବଢ଼ିଥିଲା। ଗତ ୩ ମାସ ମଧ୍ୟରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ ମୋଟ ୪୧ ଟଙ୍କା ବୃଦ୍ଧି ପାଇଛି। କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ମାର୍ଚ୍ଚ ୧ଠାରୁ ଲାଗୁ ହୋଇଥିଲା।