ଆସିଲା ବୁଥ୍ ବାହୁଡା ମତ । ରାଜସ୍ଥାନରେ ବିଜେପି ହାତରୁ ଖସିପାରେ କିଛି ଆସନ, ଫାଇଦାରେ ରହିପାରେ କଂଗ୍ରେସ ।

480

କନକ ବ୍ୟୁରୋ : ନିର୍ବାଚନ ସରିଛି, ବୁଥ୍ ବାହୁଡା ମତ ଆସିଛି । ବିଜେପି ଶାସିତ ରାଜସ୍ଥାନରେ କାହାର ପଲ୍ଲା ଭାରି ରହିବ ତାହାକୁ ନେଇ ବୁଥ୍ ବାହୁଡା ମତରେ ମିଳିଛି ବଡ ସଂକେତ । ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ଏଗଜିଟ୍ ପୋଲ ଅନୁଯାୟୀ, ଚଳିତ ନିର୍ବାଚନରେ ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ରାଜସ୍ଥାନରେ ୨୦୧୯ ଅପେକ୍ଷା ଏନଡିଏକୁ କମ ଆସନ ମିଳିବ ବୋଲି ସଂକେତ ମିଳିଛି । ଚଳିତ ନିର୍ବାଚନରେ ରାଜସ୍ଥାନରେ ଏନଡିଏକୁ ୧୬ରୁ ୧୯ ଆସନ ମିଳିପାରେ । ସେହିଭଳି ଇଣ୍ଡିଆ ମେଣ୍ଟକୁ ୫ରୁ ୭ ଆସନ ମିଳିବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ଆକଳନ ସତ ହୁଏ ତେବେ ଅନ୍ୟ ଦଳକୁ ମଧ୍ୟ ୧ରୁ ୨ଟି ଆସନ ମିଳିପାରେ । ଏହାବାଦ୍ ରାଜସ୍ଥାନରେ ଏନଡିଏକୁ ୫୧ ପ୍ରତିଶତ ଭୋଟ ମିଳିଥିବା ନେଇ ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟ ସଂକେତ ଦେଉଛି । ଇଣ୍ଡିଆ ମେଣ୍ଟକୁ ୪୧ ପ୍ରତିଶତ ଭୋଟ ମିଳିବା ନେଇ ଅନୁମାନ କରୁଛି ଇଣ୍ଡିଆ ଟୁଡେର ସର୍ଭେ ।

ରାଜସ୍ଥାନରେ ମୋଟ ୨୫ଟି ଲୋକସଭା ଆସନ ରହିଛି । ଗତ ନିର୍ବାଚନରେ ବିଜେପିର ୨୪ ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ ଚଳିତଥର ଏହି ଆସନ ସଂଖ୍ୟା ହ୍ରାସ ପାଇପାରେ । ସେତେବେଳେ କଂଗ୍ରେସ ସରକାରରେ ଥିଲେ ମଧ୍ୟ ଲୋକସଭା ଆସନରେ ଦଳର ହାତ ଖାଲି ରହିଥିଲା ।

ଅନ୍ୟପଟେ ଇଣ୍ଡିଆ ଟୁଡେର ବୁଥ୍ ବାହୁଡା ମତ ଅନୁଯାୟୀ, ରାଜସ୍ଥାନରେ ୨୫ ଆସନରୁ ୨୧ରୁ ୨୩ ଆସନ ପୁଣିଥରେ ଏନଡିଏ ବିଜୟ ବାନା ଉଡାଇପାରେ । କଂଗ୍ରେସ ଖାତାକୁ ୨ରୁ ୪ ଆସନ ଆସିବା ନେଇ ଆକଳନ କରିଛି ଇଣ୍ଡିଆ ଟୁଡେ ।