ଉତ୍ତରପ୍ରଦେଶରେ ପୁଣି ଚାଲିବ ଏନଡିଏ ମ୍ୟାଜିକ । ୨୦୧୯ ତୁଳନାରେ ପାଇପାରେ ଅଧିକ ଆସନ, ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ବୁଥ ବାହୁଡା ମତରୁ ମିଳିଲା ବଡ ସଂକେତ ।

173

କନକ ବ୍ୟୁରୋ : ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆର ବୁଥ ବାହୁଡା ମତ ଉତ୍ତରପ୍ରଦେଶରେ ବିଜେପି ଓ ଏନଡିଏ ପାଇଁ ଖୁସି ଖବର ଆଣି ଦେଇଛି । ଗତଥର ଅପେକ୍ଷା ଏନଡିଏ ଉତ୍ତରପ୍ରଦେଶରେ ଦମଦାର ପ୍ରଦର୍ଶନ କରିବ । ଏକାକୀ ବିଜେପିକୁ ୬୭ରୁ ୭୨ ଆସନ ମିଳିବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ମେଣ୍ଟକୁ ୮ରୁ ୧୨ ଆସନ ମିଳିପାରେ । ଅନ୍ୟପଟେ ଚଳିତଥର ଏକାକୀ ଲଢୁଥିବା ବିଏସପିକୁ ୦ରୁ ୧ ଆସନ ମିଳିବାର ସମ୍ଭାବନା ରହିଛି ।

ଭୋଟ ପ୍ରତିଶତକୁ ବିଚାରକୁ ନେଲେ ବିଜେପିକୁ ୪୯%, ଇଣ୍ଡିଆ ମେଣ୍ଟକୁ ୩୯% ଭୋଟ୍ ମିଳିପାରେ । ସେହିଭଳି ବିଏସପିକୁ ୮% ଭୋଟ ମିଳିବାର ଆକଳନ କରିଛି ଇଣ୍ଡିଆ ଟୁଡେ ଆକ୍ସିସ ମାଇଁ ଇଣ୍ଡିଆ । ୨୦୨୪ ନିର୍ବାଚନରେ ବିଏସପିକୁ ସର୍ବାଧିକ କ୍ଷତି ସହିବାକୁ ପଡିପାରେ । କାରଣ ଗତ ୨୦୧୯ ନିର୍ବାଚନରେ ବିଏସପିକୁ ୧୦ଟି ଆସନ ମିଳିଥିବା ବେଳେ ଚଳିତଥର ଖାତା ଖୋଲିବା ପରିସ୍ଥିତିରେ ଦଳ ନଥିବା ଆକଳନ କରାଯାଇଛି ।

୨୦୧୯ ନିର୍ବାଚନରେ ବିଜେପି ଏକାକୀ ୬୨ଟି ଆସନ ଜିତିଥିବା ବେଳେ ଏନଡିଏକୁ ମିଳିଥିଲା ମୋଟ ୬୪ ଆସନ । ସେହିଭଳି ଏସପିକୁ ୫ଟି ଓ ବିଏସପିକୁ ୧୦ଟି ଆସନ ମିଳିଥିଲା । କଂଗ୍ରେସ କେବଳ ରାୟବରେଲି ଆସନରେ ବିଜୟୀ ହୋଇଥିଲା । କିନ୍ତୁ ଆମେଠି ଆସନରୁ ଦଳ ପରାଜିତ ହୋଇଥିଲା ।