ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ସୂଚନା, ହିଟୱେଭ୍ ନେଇ ଅନେକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

1,352

କନକ ବ୍ୟୁରୋ : ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ ୭, ବଲାଙ୍ଗୀରରେ ୬ ଜଣ ଏବଂ ଅନ୍ୟ ସ୍ଥାନରେ ତିନି ଜଣଙ୍କର ମୃୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଉରକେଲା ଆରଜିଏଚରେ ୧୨ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୪ ଜଣ ଏବଂ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି । ମେଡିକାଲରେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରବଳ ଖରା ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୁନ୍ଦରଗଡ ସମେତ ସାରା ପଶ୍ଚିମ ଓଡିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଝାରୁସୁଗୁଡାରେ ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ ହୋଇଛି । ଘଟଣା ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଆରଜିଏଚ ହସ୍ପିଟାଲକୁ ଯାଇଛନ୍ତି ଏଡିଏମ, ପାନପୋଷ ଉପଜିଲ୍ଲାପାଳ । ତରୁନ୍ତ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯାଇଛନ୍ତି । ସେହିଭଳି ସୁନ୍ଦରଗଡ ହସପିଟାଲରେ ୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।