ଆସିଲା ବୁଥ ବାହୁଡା ମତ: କାହାକୁ ମିଳିବ ବହୁମତ, କିଏ ଗଢିବ ସରକାର? କଣ କହୁଛି ଆକଳନ

2,174

କନକ ବ୍ୟୁରୋ: ନିର୍ବାଚନ ଶେଷ ହେବା ପରେ ଆଜି ଆସିଛି ବୁଥ ବାହୁଡା ମତ । ଜନମତ ଆଧାରରେ ସର୍ଭେ ରିପୋର୍ଟ ଦେଉଛନ୍ତି ବିଭିନ୍ନ ନ୍ୟୁଜ ଏଜେନ୍ସି । ତେବେ ଆସନ୍ତୁ ନଜର ପକାଇବା କାହା ଆକଳନ କଣ କହୁଛି । ଟାଇମ୍ସ ନାଓ ନବଭାରତର ବୁଥ ବାହୁଡା ମତ ଅନୁସାରେ ତେଲେଙ୍ଗାନାରେ ୧୭ରୁ ବିଜେପିକୁ ମିଳିପାରେ ୯ ଆସନ । କଂଗ୍ରେସକୁ ୬ରୁ ୭ ଆସନ ମିଳିବା ଆକଳନ । ଏଆଇଏମଆଇଏମକୁ ମିଳିପାରେ ଗୋଟିଏ ଆସନ ।

ସେହିପରି ରିପବ୍ଲିକ ମାର୍ଟିଜର ସର୍ଭେ ଅନୁସାରେ ୫୪୩ ଲୋକସଭା ଆସନରୁ ବିଜେପି ପାଇପାରେ ୩୫୩ରୁ ୩୬୮ ଆସନ । କଂଗ୍ରେସ ଖାତାକୁ ଯାଇପାରେ ୧୧୮ରୁ ୧୩୩ ଆସନ । ରିପବ୍ଲିକ ପିଏମଏଆରକ୍ୱିର ଆକଳନ ଅନୁସାରେ ଏନଡିଏ ମେଣ୍ଟକୁ ୩୫୯ ଆସନ ମିଳିବା ସମ୍ଭାବନା । ଇଣ୍ଡିଆ ମେଣ୍ଟକୁ ୧୫୪ ଆସନ ମିଳିବା ପୂର୍ବାନୁମାନ । ଅନ୍ୟ ଦଳକୁ ୩୦ ଆସନ ମିଳିବା ସମ୍ଭାବନା ।

ଜନ କୀ ବାତର ଜନମତ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ୩୬୨ରୁ ୩୯୨ ଆସନ ମିଳିବା ସମ୍ଭାବନା । ଇଣ୍ଡିଆ ମେଣ୍ଟକୁ ୧୪୧ରୁ ୧୬୧ ମିଳିବା ନେଇ ପୂର୍ବାନୁମାନ । ସେହିପରି ଅନ୍ୟ ଖାତାକୁ ଯାଇପାରେ ୧୦ରୁ ୨୦ ଆସନ । ଟିଭି-୫ ତେଲୁଗୁର ଜନମତ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ୩୫୯ ଆସନ ମିଳିବା ଆକଳନ । ଇଣ୍ଡିଆ ମେଣ୍ଟକୁ ୧୫୪ ଆସନ ମିଳିବା ସମ୍ଭାବନା । ଅନ୍ୟ ଦଳକୁ ୩୦ ଆସନ ମିଳିବା ସମ୍ଭାବନା । ଇଣ୍ଡିଆ ନ୍ୟୁଜର ଜନମତ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ୩୭୧ ଆସନ ମିଳିବା ନେଇ ଆକଳନ । ଇଣ୍ଡିଆ ମେଣ୍ଟକୁ ୧୨୫ ଆସନ ମିଳିବା ଆକଳନ । ଅନ୍ୟ ଦଳକୁ ୪୭ ଆସନ ମିଳିବା ସମ୍ଭାବନା ।

ସେହିପରି ଓଡିଶାରେ ବି ବିଜେପି ଅଧିକ ଲୋକସଭା ସିଟ ପାଇବା ନେଇ ଆକଳନ କରାଯାଉଛି । ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ ।

ସେହିପରି ଓଡିଶା ଲୋକସଭା ଆସନକୁ ନେଇ ଜନ କୀ ବାତର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୫ରୁ ୧୮ ଲୋକସଭା ଆସନ ମିଳିବା ଆକଳନ । ବିଜେଡିକୁ ୩ରୁ ୭ ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ମିଳିନପାରେ କୌଣସି ଆସନ । ନ୍ୟୁଜ-୨୪ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୬ଟି ଲୋକସଭା ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ଟି ଆସନ ମିଳିବା ସମ୍ଭାବନା । କଂଗ୍ରେସକୁ ୧ଟି ଆସନ ମିଳିବା ସମ୍ଭାବନା ।