କନକ ବ୍ୟୁରୋ: ବୁଥ୍ ଆଗରେ ରକ୍ତର ଛିଟା । ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ମୁକ୍ତାଡିହି ଗାଁର ୪ ନମ୍ବର ବୁଥରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ମୁତାବକ, ପାରିବାରିକ କଳହକୁ ନେଇ ସ୍ତ୍ରୀ କିଛି ଦିନ ପୂର୍ବରୁ ତାଙ୍କ ବାପ ଘରକୁ ଚାଲିଯାଇଥିଲେ । ହେଲେ ଭୋଟ ଦେବାକୁ ନିଜ ଦାଦାଙ୍କ ସହ ବୁଥକୁ ଆସିଥିବାବେଳେ ସ୍ୱାମୀ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ବୁଥ୍ ଆଗରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ପୂର୍ବ ମନୋମାଳିନ୍ୟକୁ ନେଇ ହତ୍ୟାକାଣ୍ଡ ।
/kanak/media/post_attachments/wp-content/uploads/2024/06/7-1.jpg)