ଆସିଲା ବୁଥ ବାହୁଡା ମତ: ବିହାର, ଝାଡଖଣ୍ଡରେ ଏନଡିଏକୁ ବଡ ଝଟକା

1,847

କନକ ବ୍ୟୁରୋ: ଶେଷ ହୋଇଛି ମତଦାନ । ଆଉ ୪ ଜୁନରେ ଆସିବ ଫଳାଫଳ । ହେଲେ ତା ପୂର୍ବରୁ ଆସିଛି ବୁଥ ବାହୁଡା ମତ । ତେବେ ଝାଡଖଣ୍ଡର ୧୪ ଲୋକସଭା ସିଟରୁ କାହା ଖାତାକୁ କେତେ ଯିବ ତାକୁ ନେଇ ଆସିଛି ବୁଥ ବାହୁଡା ମତ । ଏଗଜିଟ ପୋଲ ଅନୁସାରେ ଏନଡିଏର ୫୦ ପ୍ରତିଶତ ଭୋଟ ସେୟାର ସାମ୍ନାକୁ ଆସିଛି । ସେହିପରି ଇଣ୍ଡିଆ ଗଠବନ୍ଧନର ଭୋଟ ୪୧ ପ୍ରତିଶତ ରହିବାର କୁହାଯାଉଛି । ତେବେ ଏହାସହ ଏଥର ଏନଡିଏ ୫ ପ୍ରତିଶତ ଭୋଟ ସେୟାରିଂ କ୍ଷତିରେ ରହିବ ବୋଲି କୁହାଯାଉଛି । ଏନଡିଏକୁ ଝାଡଖଣ୍ଡରେ ୮ରୁ ୧୦ ସିଟ ମିଳିପାରେ । ଆଉ ୨ସିଟ୍ କ୍ଷତିରେ ରହିବ ଏନଡିଏ ବୋଲି କୁହାଯାଉଛି ।

ବିହାରରେ ୪୦ ଲୋକସଭା ସିଟରୁ କାହା ଖାତାକୁ କେତେ ଯିବ ତାକୁ ନେଇ ଆରମ୍ଭ ହୋଇଛି ବୁଥ ବାହୁଡା ମତ । ଇଣ୍ଡିଆ ଟୁଡେ ଏକ୍ସିସ ଅନୁସାରେ ଏନଡିଏକୁ ୨୯ରୁ ୩୩ ଓ ଇଣ୍ଡିଆ ମେଣ୍ଟକୁ ୭ରୁ ୧୦ ସିଟ ମିଳିପାରେ । ତେବେ ନଜର ପକାନ୍ତୁ କାହା ଖାତାକୁ କେତେ ସିଟ ଯିବ- ବିଜେପିକୁ ୧୩ରୁ ୧୫, ଜେଡିୟୁକୁ ୯ରୁ ୧୧, ଏଲଜେପିଆରକୁ ୫ ସିଟ ମିଳିବା ନେଇ ଆକଳନ ହେଉଛି । ବିରୋଧୀ ଦଳ ଇଣ୍ଡିଆ ମେଣ୍ଟରୁ ଆରଜେଡିକୁ ୬ରୁ ୭, କଂଗ୍ରେସକୁ ୧ରୁ ୨ ସିଟ ମିଳିପାରେ ।

ବିହାରରେ ନୀତିଶ କୁମାର ଆରଜେଡି ସହ ମେଣ୍ଟ ଭାଙ୍ଗି ଏନଡିଏ ସହ ମେଣ୍ଟ କରିଥିଲେ । ଯାହାର ବଡ ପ୍ରଭାବ ଏନଡିଏ ଉପରେ ପଡିବ ବୋଲି ଆକଳନ କରାଯାଉଛି । କାରଣ ସରକାରରେ ଥାଇ ନୀତିଶ ଏନଡିଏ ସହ ମିଶିଥିଲେ ଯାହା ତେଜସ୍ୱୀ ଯାଦବଙ୍କ ପାଇଁ ବଡ ପ୍ଲସ ପଏଣ୍ଟ ହୋଇପାରେ ବୋଲି କୁହାଯାଉଛି ।