ଦେଶରେ ବଢିଚାଲିଛି ଦୁଷ୍କର୍ମ ମାମଲା : ମଙ୍ଗଳବାର ଚେନ୍ନାଇରେ ଋୁଷିୟା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ

33

କନକ ବ୍ୟୁରୋ : ଦେଶରେ ଥମିବାରେ ନା ନେଉନାହିଁ ଦୁଷ୍କର୍ମ ମାମଲା। ପ୍ରତ୍ୟେକ ସମୟରେ କେଉଁଠାରେ ନା କେଉଁଠି ଏପରି ସଙ୍ଗୀମ ମାମଲା ଥାନାରେ ଦାୟର କରାଯାଉଛି । ଅପରାଧୀମାନେଙ୍କ ଦୃଷ୍ଟିରୁ ୫ ବର୍ଷ ନାବାଳିକା ଠାରୁ ଆରମ୍ଭ କରି ବୃଦ୍ଧ ମହିଳା ଏପରିକି ବାହାରୁ ଭାରତକୁ ଭ୍ରମଣରେ ଆସିଥିବା ଋୁଷିୟ ଯୁବତୀଙ୍କୁ ଚେନ୍ନାଇର ୧୯୦ କିଲୋମିଟର୍ ଦୂରରେ ଥିବା ତୀର୍ଥ ନଗରୀକୁ ନିଶା ଔଷଧ ଦିଆଯାଇ ଏକ ସର୍ଭିସ୍ ଆପାର୍ଟମେଣ୍ଟ୍ରେ ତାଙ୍କ ସହ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ହୋଇଥିବା କଥା ମଙ୍ଗଳବାର ଦିନ ପୁଲିସ ସୂଚନା ଦେଇଛି । ସେମାବାର ଦିନ ଚେନ୍ନାଇରେ ଏକ ୧୨ ବର୍ଷର ଝିଅକୁ ୨୩ ଜଣ ଦୁଷ୍କର୍ମ କଥା ପଦାକୁ ଆସିବାପରେ ପୁଣିଥରେ ଏପରି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ମାମଲା ଥାନାରେ ଦାୟର ହେବାପରେ ପୋଲିସ ୬ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛ ପଚରାଉଚରା କରୁଛି । ରୁଷୀୟ ଯୁବତୀ ଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନା ନେଇଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଯୁବତୀଙ୍କ ସହ କେତେ ଜଣ ଦୁଷ୍କର୍ମ କରିଥିଲେ ତାହା କହିପାରିବେ ବୋଲି ପୋଲିସ କହିଛି । ତିରୁବନ୍ନାମଲାଇ ଟାଉନ୍ ପୁଲିସ ସବ୍-ଇନ୍ସ୍ପେକ୍ଟର୍ ଜେ ଇଲ୍ଲାବରାସି ଆଇପିସି ଧାରା ୩୭୬ ଏବଂ ଧରା ୫୧୧ ଆଧାରରେ ଏକ ମାମଲା ରୁଜୁ କରିଛି।

ତେବେ ଡାକ୍ତର ପ୍ରଶାସନକୁ ରିପୋର୍ଟ ଦେଇଥିବା ଜଣାପଡିଛି । ରିପୋର୍ଟକୁ ଆଧାର କରି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ ଅଛି କି ଯେ, ଉକ୍ତ ଯୁବତୀଙ୍କ ମୁହଁ ଏବଂ ହାତରେ କାମୁଡ଼ା ଚିହ୍ନ ଓ ଦେହର ଉପର ଅଂଶରେ କିଛି ଦାଗ ରହିଛି। ଦୁଷ୍କର୍ମ ମଧ୍ୟ କରାଯାଇଛି। ଆପାର୍ଟମେଣ୍ଟ୍ରୁ ତଦନ୍ତକାରୀମାନେ ନିଶା ଔଷଧ ମଧ୍ୟ ଜବତ କରିଛନ୍ତି। ଛଅ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣେ ପୁଲିସକୁ କହିଛି କି ଯେ, ସେମାନେ ଯୁବତୀଙ୍କ ସହ ଗୋଟିଏ ମନ୍ଦିର ଏବଂ ଆଶ୍ରମକୁ ଯାଇଥିଲେ କିନ୍ତୁ ପ୍ରକୃତରେ କେଇଁମାନେ ଏପରି କାମ କରିଛନ୍ତି ତାହା ତଦନ୍ତ ଏବଂ ଡାକ୍ତରଙ୍କ ରିପୋର୍ଟରୁ ଜଣାପଡିବ ବୋଲି ପୋଲିସ କହିଛି । ତେବେ ପୋଲିସ ହେପାଜତରେ ଥିବା କିଛି ଯୁବକମାନେ କହିଛନ୍ତି ଯେ, ସେହି ଯୁବତୀଙ୍କ ସହମତି ସମସ୍ତ ଘଟଣା ହୋଇଛି । ପ୍ରଥମେ ସେ ଆମକୁ ତାଙ୍କ ସାଙ୍ଗରେ ବୁଲିବାକୁ ଡାକିଥିଲେ ଓ ପରେ ସେ ରହୁଥିବା ତାଙ୍କ ଘରକୁ ଆମକୁ ଡାକିଥିଲେ । ତେଣୁ ଆମେ ମାନେ ମଧ୍ୟ ଯାଇଥିଲୁ । ସନ୍ଧ୍ୟାସମୟରେ ତାଙ୍କର ସହମତି କ୍ରମେ ଏ ସମସ୍ତ ଘଟଣା ହୋଇଥିଲା ଓ ଏହାପରେ ଆମେ ସେଠାରୁ ପଳାଇଆସିଲୁ । କିନ୍ତୁ ପରେ ଯାଇ ଦେଖିଲୁ ସେ ଚେତାଶୂନ୍ୟ ହୋଇ ତଳେ ପଡିଥିଲେ । ତେବେ ଯୁବତୀ ପୋଲିସକୁ ବୟାନ ଦେବାପରେ ସମସ୍ତ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ସ୍ଥାନୀୟ ପୋଲିସ କହିଛି ।