ନିର୍ଦ୍ଧିଷ୍ଟ ସମୟରୁ ଅଧିକ ସମୟ ଯାଏଁ ବାଣ ଫୁଟାଉଛନ୍ତି କି? ହୁସିଆର ହୋଇଯାଆନ୍ତୁ ନହେଲେ ଜେଲ୍ ଯିବାକୁ ପଡିପାରେ ।

84

ଦଶହରା,ଦୀପାବଳୀ ଏବଂ ଗୁରୁପର୍ବରେ ହିଁ ଆପଣ ବାଣ ଫୁଟାଇ ପାରିବେ । ଏହି ପର୍ବକୁ ଛାଡି ଯଦି ଅନ୍ୟ କୌଣସି ସମୟରେ ଆପଣ ବାଣ ଫୁଟାଉଛନ୍ତି ତେବେ ଆପଣଙ୍କୁ ଉଠାଇନେବ ପୋଲିସ୍ । ଏଭଳି କିଛି ଗାଇଡଲାଇନ୍ ଜାରୀ କରିଛି ଚଣ୍ଡିଗଡ ପ୍ରଶାସନ । ବାଣରୁ ସୃଷ୍ଟି ହେଉଥିବା ପ୍ରଦୂଷଣ ଏବଂ ଶବ୍ଦରୁ ସହରବାସୀଙ୍କୁ ନିସ୍ତାର ଦେବା ପାଇଁ ପ୍ରଶାସନ ଏଭଳି ଏକ ପଦକ୍ଷେପ ନେଇଛି । ଡେପୁଟି କମିଶନର ସଚ୍ଚିନ ରାଣାଙ୍କ ଦ୍ୱାରା ସୁଚନା ମିଳିଛି ଯେ ଦଶହରା ଦିନ ସନ୍ଧ୍ୟା ୫ ରୁ ୮ ଟା ପର୍ଯ୍ୟନ୍ତ ହିଁ ଲୋକଙ୍କୁ ବାଣ ଫୁଟାଇବା ପାଇଁ ମଉକା ମିଳିବ । ଏହାପରେ ବାଣ ଫୁଟାଇଲେ ଉକ୍ତ ବ୍ୟକ୍ତି ସିଧା ଜେଲ୍ ଯିବେ ।

ଠିକ୍ ସେହିଭଳି ଦୀପାବଳୀ ଅବସରରେ ସନ୍ଧ୍ୟା ୬.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ଲୋକମାନେ ବାଣ ଫୁଟାଇବାର ମଜା ନେଇପାରିବେ । ଏହାଛଡା ୨୩ ନଭେମ୍ବର ଗୁରୁପର୍ବ ଦିନ ସନ୍ଧ୍ୟା ୬.୩୦ ରୁ ରାତି ୯.୩୦ ପର୍ଯ୍ୟନ୍ତ ଲୋକେ ବାଣର ମଜା ନେଇପାରିବେ । ୨୪ ନଭେମ୍ବରରୁ ବାଣ ଫୁଟାଇବା ଉପରେ ପ୍ରତିବନ୍ଧ ଲଗାଇ ଦିଆଯିବ ।

ଯେତେ ଅଧିକ ଶବ୍ଦ ତତ୍ ଅନୁଯାୟୀ ଦଣ୍ଡ

ଡେପୁଟି ଡିସିଭ୍କ କହିବାନୁସାରେ ଏଷ୍ଟେଟ୍ ଅଫିସ ତରଫରୁ ବାଣ ବିକ୍ରି କରିବା ଉପରେ ଅସ୍ଥାୟୀ ଲାଇସେନ୍ସ ଜାରୀ କରାଯାଇଛି । ଯେଉଁ ଅଞ୍ଚଳ ପାଇଁ ଲାଇସେନ୍ସ ଜାରୀ କରାଯାଇଛି ସେଠାରେ ହିଁ ବାଣଦୋକାନ ଲାଗିବ । ଏଥିପାଇଁ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି । ତେବେ ବାଣର ମାନକ ମଧ୍ୟ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ବାଣର ମାନକ ୪ ମିଟରକୁ ଶୁଭାଯାଉଥିବା ଭଳି ବାଣ ହିଁ ବଜାରରେ ବିକ୍ରି ହେବ । ପ୍ରତ୍ୟେକ ବାଣ ଡବା ଉପରେ କଣ୍ଟେଟ୍ ରହିବା ନିହାତି ଆବଶ୍ୟକ ।