୨୪ ବର୍ଷ ପରେ କଂଗ୍ରେସକୁ ମିଳିଲା ଅଣଗାନ୍ଧୀ ସଭାପତି । ଖଡଗେଙ୍କ ପାଇଁ କଣ ରହିବ ଚ୍ୟାଲେଞ୍ଜ ?

70

କନକ ବ୍ୟୁରୋ : ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସର ମଙ୍ଗ ଧରିବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ । ଯେତେବେଳେ ଦଳ ଏକ ରାଜନୈତିକ ଚ୍ୟାଲେଞ୍ଜର ସାମ୍ନା କରୁଛି, ଦଳର ହାଇ ପ୍ରୋଫାଇଲ ନେତାମାନେ ଦଳ ଛାଡି ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ମିଶିଯାଉଛନ୍ତି, ଦଳ କିଛି ରାଜ୍ୟ ନିର୍ବାଚନରେ ପରାଜୟ ଧାରା ବଜାୟ ରଖିଛି ସେତେବେଳେ ଗାନ୍ଧୀ ପରିବାରର ବିଶ୍ୱସ୍ତ ଖଡଗେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଖଡଗେଙ୍କ ପାଇଁ କଣ ରହିବ ଚ୍ୟାଲେଞ୍ଜ ?

  • ନିର୍ବାଚନ ହେବାକୁ ଥିବା ଗୁଜରାଟରେ ବିଜେପି, ହିମାଚଳରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଟକ୍କର ହେବ କୁହାଯାଉଛି
  • ଏହି ଦୁଇ ରାଜ୍ୟରେ ଦଳର ପ୍ରଦର୍ଶନ ୨୦୨୪ ନିର୍ବାଚନର ଦଳର ପ୍ରଦର୍ଶନକୁ ସୂଚାଇବ
  • ରାଜସ୍ଥାନରେ ପାଇଲଟ ଏବଂ ଗେହଲଟଙ୍କ ବିବାଦ ସମାଧାନ ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିବ
  • ଦଳର ବରିଷ୍ଠ ଏବଂ ଯୁବ ନେତାମାନେ ଦଳ ଛାଡି ଅନ୍ୟ ପାର୍ଟିରେ ଯୋଗଦେଉଛନ୍ତି । ଯାହାକୁ ରୋକିବା କଂଗ୍ରେସ ପାଇଁ ଏବେ ଆବଶ୍ୟକ ହୋଇପଡିଛି
  • ୧୨୦ ଲୋକସଭା ଆସନ ଥିବା ହିନ୍ଦୀ ଭାଷୀ ଉତ୍ତରପ୍ରଦେଶ, ବିହାରରେ କଂଗ୍ରେସ ସଫଳ ହୋଇପାରୁନି
  • ୨୦୨୪ ସାଧାରଣ ନିର୍ବାଚନରେ ଶକ୍ତିଶାଳୀ ବିଜେପିକୁ ହରାଇବାକୁ କେଉଁ ରଣ ନୀତି ଆପଣାଇବେ
  • ବିଜେପି ସହ ଆପକୁ ବି ପ୍ରତିହତ କରିବା କଂଗ୍ରେସ ପାଇଁ ଜରୁରୀ ହୋଇପଡିଛି
  • କଂଗ୍ରେସରେ ଗାନ୍ଧୀ ପରିବାରର ରିମୋଟ କଂଟ୍ରୋଲ ଲାଗିଥିବା ଟ୍ୟାଗ୍ ହଟାଇବା

ମଲ୍ଲିକାର୍ଜୁନ ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ଭୂମିକା ଥିବା ଦଳର ସମସ୍ତ ସଦସ୍ୟ ଜାଣିଥିଲେ ବି ଶଶି ଥରୁରଙ୍କ ଯାଇଥିଲା ଭୋଟ । ଭୟ, ଚାପ ସତ୍ୱେ ୧୦୦୦ରୁ ଅଧିକ ଭୋଟ ଥରୁରଙ୍କୁ ମିଳିଥିଲା । କୌଣସି ବି କଂଗ୍ରେସ ନେତା ଖୋଲାଖୋଲି ଭାବେ ଥରୁରଙ୍କ ସମର୍ଥନରେ ବାହାରିନଥିଲେ । ବହୁ ନେତା ଥରୁରଙ୍କୁ ପସନ୍ଦ କରୁଥିଲେ ବି ଚାପରେ ରହି ଖଡଗେଙ୍କୁ ଭୋଟ ଦେଇଥିବା କୁହାଯାଉଛି । ଯାହା ସୂଚାଉଛି ଏବେ ବି କଂଗ୍ରେସରେ ଗାନ୍ଧୀ ବିରୋଧୀ ଅଛନ୍ତି । ତେବେ ଖଡଗେ କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି । ଆଉ ଯଦି ଖଡଗେ ବିଫଳ ହୁଅନ୍ତି କଂଗ୍ରେସରେ ହୁଏତ ଗାନ୍ଧୀ ପରିବାରର ଭୂମିକା ଆହୁରୀ କମ ହୋଇଯିବ ।