କନକ ବ୍ୟୁରୋ : ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ଭାରତୀୟ ବାୟୁସେନା ପାଇଁ ଏକ ଅତ୍ୟାଧୁନିକ ଚାଫ୍ ଜ୍ଞାନକୌଶଳର ବିକାଶ କରାଯାଇଛି । ଏହି ଟେକନଲୋଜୀ ମାଧ୍ୟମରେ ଭାରତୀୟ ଲଢୁଆ ବିମାନ ଆଡ଼କୁ ଆସୁଥିବା ଶତ୍ରୁପକ୍ଷର ରାଡାର ଗାଇଡେଡ୍ ମିସାଇଲଗୁଡ଼ିକୁ ବାଟବଣା କରି ବିଫଳ କରାଯାଇପାରିବ । ଏହା ଫଳରେ ଭାରତୀୟ ଲଢୁଆ ବିମାନଗୁଡ଼ିକ ସୁରକ୍ଷିତ ରହିପାରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଜ୍ଞାନକୌଶଳକୁ ବ୍ୟବହାର କରି ଡିଆରଡିଓ ପକ୍ଷରୁ ଚାଫ୍ ମ୍ୟାଟେରିଆଲ ଓ ଚାଫ୍ କ୍ୟାଟ୍ରିଜ୍ ନିର୍ମାଣ କରାଯାଇଛି । ଏହାର ସଫଳ ପରୀକ୍ଷଣ ପରେ ଏହାକୁ ସାମିଲ କରିବାକୁ ଭାରତୀୟ ବାୟୁ ସେନା ନିଷ୍ପତ୍ତି ନେଇଛି । ଏହି ଜ୍ଞାନକୌଶଳ ବା ଟେକନଲୋଜୀକୁ ଡିଆରଡିଓର ଯୋଧପୁର ଓ ପୁନେ ଲାବରେଟୋରୀ ପକ୍ଷରୁ ମିଳିତ ଭାବେ ନିର୍ମାଣ କରାଯାଇଛି । ବାୟୁସେନାର ଆବଶ୍ୟକତା ମେଣ୍ଟାଇବାକୁ ଏହି ଜ୍ଞାନକୌଶଳକୁ ଭାରତୀୟ ଶିଳ୍ପସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇ ଚାଫ୍ ସାମଗ୍ରୀ ଉତ୍ପାଦନ କରାଯାଉଛି ।
DLJ developed advanced Chaff material & chaff cartridge-118/I in collaboration with High Energy Materials Research Laboratory, Pune meeting qualitative requirements of IAF, which has started process of induction of this technology after completion of successful user trials: DRDO pic.twitter.com/yCgS2NTjWd
— ANI (@ANI) August 19, 2021
ସ୍ବଦେଶୀ ଜ୍ଞାନକୌଶଳରେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ କରିବାରେ ଡିଆରଡିଓର ସଫଳତା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏହା ଏକ ପାହୁଣ୍ଡ ବୋଲି ସେ କହିଛନ୍ତି ।