ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ପ୍ରଶଂସା

1,390

କନକ ବ୍ୟୁରୋ : ଝାରସୁଗୁଡା ବିଧାନସଭା ଉପ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ବିଜେଡି ପ୍ରାଥୀ ବହୁ ବ୍ୟବଧାନରେ ବିଜୟୀ ହୋଇଥିଲେ ବି ଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନରେ ଦଳର ଭୋଟ ହାର ବଢିଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, ଝାରସୁଗୁଡା ନିର୍ବାଚନ ଫଳାଫଳକୁ ଦଳ ସ୍ୱୀକାର କରୁଛି । ଏହାସହ ଦଳୀୟ କର୍ମୀ ଅକ୍ଳାନ୍ତ ପରିଶ୍ରମ କରି ଦଳର ଭୋଟ ହାର ବୃଦ୍ଧି କରିଥିବାରୁ ସେ ଦଳୀୟ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଯୁବନେତା ତଥା ଝାରସୁଗୁଡା ଉପ ନିର୍ବାଚନରେ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବା ଟଙ୍କଧର ତ୍ରିପାଠୀଙ୍କ ଉପରେ ଝାରସୁଗୁଡା ବାସୀ ଯେଉଁ ଆର୍ଶିବାଦ ଦେଇଛନ୍ତି ଅଗାମୀ ଦିନରେ ତାହା ଲୋକଙ୍କର ଆଶା ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।

ସେପଟେ ସଂଗଠନକୁ ସଦୃଢ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଂଚାଇ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରିବୁ ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ବିଜୟୀ ହୋଇଥିବା ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।