ଉତ୍ପତିସ୍ଥଳରେ ପୁଣି କରୋନାର ଉତ୍ପାତ: ଚୀନରେ ଅଣଆୟତ ହେଲାଣି ସଂକ୍ରମଣ, ହସପିଟାଲରେ ମିଳୁନି ବେଡ୍

153

କନକ ବ୍ୟୁରୋ: ଉତ୍ପତିସ୍ଥଳରେ ଉତ୍ପାତ କରୁଛି କରୋନା । ଚୀନରେ ପୁଣି କାୟା ବିସ୍ତାର କରୁଛି କରୋନା । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ୩ମାସ ଭିତରେ ଦେଶରେ ୩ଟି ଲହର ଆସିବ । ପ୍ରଥମ ଲହରର ଆରମ୍ଭ ହୋଇସାରିଛି । ଜାନୁଆରୀ ମଧ୍ୟଭାଗରେ ପିକ ଛୁଇଁବ କରୋନା ସଂକ୍ରମଣ । ଜାନୁଆରୀ ଶେଷରେ ୨ୟ ଲହର ଓ ଫେବୃଆରୀରେ ୩ୟ ଲହର ଆସିବା ଆଶଙ୍କା ରହିଛି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ରାଜଧାନୀ ବେଜିଂର ୭୦ ପ୍ରତିଶତ ଲୋକ କୋଭିଡରେ ସଂକ୍ରମିତ ହୋଇସାରିସାରିଲେଣି ଓ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଆରମ୍ଭ ହୋଇଛି । ହଠାତ ଏତେ ମାତ୍ରାରେ ସଂକ୍ରମଣ ବୃଦ୍ଧି ପଛରେ ଓମିକ୍ରନର ଉପପ୍ରଜାତି କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଓମିକ୍ରନର ଦୁଇଟି ଉପପ୍ରଜାତି ବିଏ-ଫାଇଭ-ପଂଏଟ-ଟୁ ଓ ବି-ଏଫ-ପଂଏଟ ସେଭେନ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି । ଦେଶରୁ ଜିରୋ କୋଭିଡ ନୀତି ଉଠାଇବା ପରେ ଏଠାକାର ପ୍ରକୃତ ସ୍ଥିତି ଉପରୁ ପର୍ଦ୍ଦା ଉଠିଛି । ଗୋଟେ ପଟେ ହସପିଟାଲରେ ରୋଗୀଙ୍କ ଭିଡ ଓ ଅନ୍ୟପଟେ ଶଶ୍ମାସଘାଟରେ ଆତ୍ମୀୟଙ୍କ ଭିଡ ଦେଖିବାକୁ ମିଳିଛି । ବେଜିଂ, ସାଂଘାଇ ଓ ଗୁଆଁଗଝାଓରେ ସହ ଅନ୍ୟ କିଛି ସହରରେ ଦୈନି ସଂକ୍ରମଣ ୨ହଜାରରୁୁ ଅଧିକ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରାଯାଇ ଅନଲାଇନ ପାଠପଡା ଆରମ୍ଭ କରାଯାଇଛି । ସେପଟେ ଆମେରିକାର ଏକ ସ୍ୱାସ୍ଥ୍ୟ ସଂସ୍ଥା ଆକଳନ କରିଛି ଯେ ୨୦୧୩ ମସିହାରେ ଚୀନ ଦେଖିବ କରୋନା ବିସ୍ଫୋରଣ । ପାଖାପାଖି ୧୦ଲକ୍ଷ ଲୋକଙ୍କ ମୃତ୍ୟୁ ହେବ । ସେପଟେ ଭାରତୀୟ ସ୍ୱାସ୍ଥ୍ୟବିଶେଷଜ୍ଞଙ୍କ ମତରେ ଏଭଳି ସ୍ଥିତିରେ ସଜାଗ ରହିବା ଆବଶ୍ୟକ ।