ପ୍ରକାଶ ପାଇଲା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ପୁଣି ପୁଅଙ୍କୁ ମାତ୍ ଦେଲେ ଝିଅ

26

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ପ୍ରକାଶ ପାଇଲା ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । କେରଳ ଓ ଥିରୁଅନନ୍ତପୁରମରେ ସର୍ବାଧିକ ପାସହାର ରହିଛି ।  ଛାତ୍ରୀଙ୍କ ପାସହାର ରହିଛି ୯୬.୩୬ ପ୍ରତିଶତ ରହିଛି । ସେହିପରି ଛାତ୍ରଙ୍କ ପାସହାର ରହିଛି ୯୬.୧୧ ପ୍ରତିଶତ । ଭୁବନେଶ୍ୱର ରିଜିଅନରେ ୯୬ ଦଶମିକ ୨୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୩ଟି ୱେବସାଇଟରେ ଉବଲବ୍ଧ ହେଉଛି ପରୀକ୍ଷା ଫଳ । ସେହି ୱେବସାଇଟ୍ ଗୁଡ଼ିକ ହେଲା-ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସ୍ଇ ରେଜଲ୍ଟ ଡଟ୍ ଏନ୍ଆଇସି ଡଟ୍ ଇନ୍, ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍ ଇନ୍, ଏବଂ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ସିବିଏସ୍ଇ ଡଟ୍ ଏନ୍ଆଇସି ଡଟ୍ ଇନ୍ । ଏହି ୱେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ଦେଶରେ ପ୍ରାୟ ୧୩ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ଭୁବନେଶ୍ୱର ଜୋନରେ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଭୁବନେଶ୍ୱର ରିଜିଅନରେ ରହିଛି ଓଡିଶା, ପଶ୍ଚିମବଙ୍ଗ ଓ ଛତିଶଗଡ । ଓଡିଶାରୁ ମୋଟ୍ ୧୬ ହଜାର ଛାତ୍ରଛାତ୍ରୀ ସିବିଏସ୍ଇ ଦଶମ ଶ୍ରେଣୀରେ ପରୀକ୍ଷା ଦେଇଛନ୍ତି ।