Browsing Category

ସ୍ପେଶାଲ୍ ରିପୋର୍ଟ

ଗଣେଶଙ୍କ ପାଇଁ ନିଆରା ନୈବେଦ୍ୟ : ଭୋଗ ଲାଗୁଛି ମଦ ଓ ମାଂସ

ଏକଥା ବିଶ୍ୱାସ ନହେଲେ ବି ସତ । କର୍ଣ୍ଣାଟକରେ ଅଛି ଏମିତି ଏକ ଅଦ୍ଭୂତ ଗାଁ । ଯେଉଁଠି ପ୍ରଭୁ ଗଣେଶଙ୍କୁ ନୈବେଦ୍ୟରେ ଅର୍ପଣ କରାଯାଉଛି ମଦ ଓ ମାଂସ । ବାଙ୍ଗାଲୋର ମିରର ନ୍ୟୁଜ୍ ଅନୁସାରେ , କୋପ୍ପାଲ ଜିଲ୍ଲାର ଭାଗ୍ୟନଗର ଗାଁରେ ପାଖାପାଖି ୧୦୦ କ୍ଷତ୍ରୀୟ ପରିବାର ଏମିତି ପରଂପରାରେ ବିଶ୍ୱାସ…
Read More...

ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ : ୧୦୫ ବର୍ଷର ବୃଦ୍ଧା ଖୋଲିଦେଲେ ଦେଶର ଆଖି

୧୦୫ ବର୍ଷର କୁଅଁର ବାଈ । ସ୍ୱଚ୍ଛ ଭାରତ ଅଭିଯାନର ମାସ୍କଟ ହେବାକୁ ଯାଉଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ରେ ଦିଲ୍ଲୀରେ ହେବାକୁ ଥିବା ସ୍ୱଚ୍ଛତା ଦିବସରେ କୁଅଁର ବାଈଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିବେ । ସ୍ୱଚ୍ଛ ଭାରତର ଶତାୟୁ ମାସ୍କଟ ହେବେ କୁଅଁର ବାଈ। ବୟସର…
Read More...

ଅଜବ କଳାକାର : ନିଜ ତୂଳୀରେ ନୁହେଁ , ଟ୍ରାକ୍ଟରରେ ବନେଇଲେ ପେଟିଂ

କୁହାଯାଏ କଳାକାରର କଳା ନିପୂଣତା ଭଗବାନଙ୍କ ବରଦାନ। ସୃଜନଶୀଳତାର ଏକ ଭିନ୍ନ ଚମକ। ଏମିତି ଜଣେ ଆଶ୍ଚର୍ଯ୍ୟଜନକ କଳାକାର ହେଲେ ଇଟାଲୀର ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ ଗାମ୍ବାରିନ୍। ନିଜର ଅପୂର୍ବ କଳା ଦକ୍ଷତାରେ ତିଆରି କରିଛନ୍ତି ଏକ ଅଦ୍ଭୂତ କଳାକୃତି । ଏହି ଲ୍ୟାଣ୍ଡ ଆର୍ଟିଷ୍ଟ ଦାରିଓ…
Read More...

ବଦଳି ଯାଇଛି ମିଶନ : ରାଜନଙ୍କ ରାଜା ଏବେ ମାଟିର ମଣିଷ

ପ୍ରଫେସର ଆଲୋକ ସାଗର, ୧୯୮୨ ରୁ ଆଜି ଯାଏ ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଂଚଳରେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି । ଇଲେକ୍ଟ୍ରୀକାଲ ଇଂଜିନିୟରିଂ ରେ ଦିଲ୍ଲୀ ଆଇ.ଆଇ.ଟି ରୁ ଏମ.ଏ. ପାସ କଲା ପରେ ଆମେରିକା ର ହଷ୍ଟନ୍ ୟୁନିଭରସିଟି ରୁ ସେ ପିଏଚଡି ହାସଲ କରିଥିଲେ । ପରେ ଦିଲ୍ଲୀ ଆଇ.ଆଇ.ଟି ରେ…
Read More...

ସୁନାପୁଅ ଦେବେନ୍ଦ୍ର : ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସହ କଲେ ବିଶ୍ୱ ରେକର୍ଡ

କନକ ବ୍ୟୁରୋ : ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଜାଭେଲିନ୍ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ଏହା ସହ ପ୍ରଥମ ଭାରତୀୟ ଭାବେ ପାରା ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ମଧ୍ୟ ଲାଭ କରିଛନ୍ତି । ସେହିଭଳି ପାରା…
Read More...

ଦୁବାଇରୁ ଅମୃତସର୍ : ଚୋରା ସିମ୍ କାର୍ଡରେ ଆର୍ମି ଅଫିସରଙ୍କ ପତ୍ନୀକୁ ପ୍ରେମ ନିବେଦନ

କନକ ବ୍ୟୁରୋ : ତହସିଲଦାରଙ୍କ ଚୋରା ପୀରତି । ସିଏ ପୁଣି ନକଲି ସିମ୍ କାର୍ଡରେ । ଅମୃତସରର ଏହି ତହସିଲଦାର ଜଣକ ଦୁବାଇର ଏକ ନକଲି ସିମ୍ ଆଣି ଜଣେ ଯବାନଙ୍କ ପତ୍ନୀଙ୍କୁ ହଇରାଣ କରୁଥିଲେ । ସିଏ ପୁଣି ଥରେ କି ଦି ଥର ନୁହେଁ ୩୦ ଥର କଲ୍ କରି ଏହି ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲେ ଏହି…
Read More...

ବିମାନରେ ଜନ୍ମିତ ଶିଶୁକୁ ବିମାନ ଟିକେଟ୍ ଫ୍ରି : ଆଜୀବନ ଉଡିବେ ମାଗଣାରେ

କନକ ବ୍ୟୁରୋ : ମିଳିଲା ଜଣେ ଶିଶୁକୁ ଆଜୀବନ ମାଗଣା ପ୍ଲେନ୍ ଟିକେଟ୍ । ଲିବିଆରୁ ନାଇଜେରିଆ ଯାଉଥିଲା ବୁରାକ୍ ବିମାନ। ହଠାତ୍ ବିମାନରେ ଜଣେ ପ୍ରସୂତି ଗର୍ଭଯନ୍ତ୍ରଣାରେ ଛଟପଟ୍ ହେଲେ । ବିମାନ କର୍ମଚାରୀ ଓ ଅନ୍ୟଯାତ୍ରୀମାନଙ୍କ ସହାୟତାରେ ପ୍ରସୂତି ମା ହେଲେ । ଏହାପରେ ବିମାନ କର୍ତ୍ତୃପକ୍ଷ…
Read More...

ନବରାତ୍ରୀ ଉପବାସ ରଖୁଛନ୍ତି କି? ପେଟପୂଜା କରିବ ‘ସଂସ୍କାରି ପିଜା’

ପିଜା ପ୍ରେମୀମାନଙ୍କ ପାଇଁ ଖୁସି ଖବର । କାରଣ ମାର୍କେଟକୁ ଆସୁଛି ସଂସ୍କାରି ପିଜା । ନବରାତ୍ରୀରେ ଉପାସ ରଖୁଥିବା ତଥା ନିରାମିଷ ଖାଦ୍ୟ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସ୍ୱତନ୍ତ୍ର ପିଜା ତିଆରି କରାଯାଇଛି ।ଭାରତରେ ପାଖାପାଖି ୫୦୦ଟି ଆଉଟଲେଟରେ ଏହି ପିଜା ମିଳିବ । ମଇଦା,…
Read More...

ଡନ୍ ଘରେ ଡକାୟତି : ମୋଷ୍ଟ ୱାଣ୍ଟେଡ୍ ଦାଉଦର ୪୦ କୋଟି ନେଇ ଫେରାର୍ ସହଯୋଗୀ

ଡନ୍ ଘରେ ଡକାୟତି । ସମସ୍ତଙ୍କୁ ଲୁଟୁଥିବା ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍ ନିଜେ ହୋଇଛି ଲୁଟର ଶିକାର । ଆଉ ତାକୁ ଲୁଟିଥିବା ବ୍ୟକ୍ତି ଆଉ କେହି ନୁହେଁ ତାର ନିଜ ସହଯୋଗୀ ଖାଲିକ୍ ଅହମ୍ମଦ୍ । ଖାଲିକ୍ ଦିଲ୍ଲୀରୁ ଦାଉଦର ପ୍ରାୟ ୪୦ କୋଟି ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଛି । ଆଉ…
Read More...

ଖାକି ପିନ୍ଧି ବି ମହିଳା ଅସୁରକ୍ଷିତ ! ସୈତାନ୍ ସାଜିଲେ ଇନ୍ସପେକ୍ଟର୍

ମହିଳାଙ୍କ ସୁରକ୍ଷା ପାଇଁ ସବୁବେଳେ ଡିଣ୍ଡିମ ପିଟୁଥିବା ଦିଲ୍ଲୀ ପୁଲିସର ଜଣେ ଆଇଆଇସିଙ୍କ କଳା କାରନାମା ଏବେ ସାମ୍ନାକୁ ଆସିଛି । ଯାହା ଦିଲ୍ଲୀ ସରକାରଙ୍କ ପାଇଁ ଏକ ପ୍ରକାର ଲଜ୍ଜା ପାଲଟି ଯାଇଛି । ଉକ୍ତ ଅଫିସରଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଆଉ ଏହି ଅଭିଯୋଗ…
Read More...