ନବରଙ୍ଗପୁର ଝରିଗାଁ ତେଲନଦୀ ନିକଟରେ ଅଭାବନୀୟ ଘଟଣା ! ରାସ୍ତା ଉପରେ ଜଳିଗଲା ଓମିନି ଭ୍ୟାନ୍

78

କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଓମିନି ଭ୍ୟାନ୍ । ହଠାତ୍ ଗାଡିଟିରେ ନିଆଁ ଲାଗିଯାଇଥିବା ବେଳେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ନବରଙ୍ଗପୁର ଝରିଗାଁ ତେଲନଦୀ ନିକଟସ୍ଥ ଆକଟସିଲ ଗାଁରୁ ଗାଡିଟି ନବରଙ୍ଗପୁର ଯିବା ବାଟରେ ଜଳି ଯାଇଛି ।

ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଗାଡିରେ ନିଆଁ ଲାଗିବା ଦେଖି ସେଥିରେ ଥିବା ସମସ୍ତ ଯାତ୍ରୀ ଓହ୍ଲାଇ ଆସିଥିଲେ । ପରେ ଗାଡିର ଡ୍ରାଇଭର ଲବ ସାନ୍ତା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ।

ଏପଟେ ଢେଙ୍କାନାଳ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ-କାର ମୁହାଁମୁହିଁ ହୋଇଛି । ଫଳରେ କାରରେ ଥିବା ୪ ଜଣ ଯାତ୍ରୀଙ୍କୁ ମୃତ୍ୟୁ ହୋଇଛି । ପରଜଙ୍ଗ ବ୍ଲକର ଘାଘରାମୁଣ୍ଡା ହାଟ ନିକଟ ୨୩ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡି ଦୁଇଟି ରାସ୍ତାରୁ ଯାଇ ଏକ ବୁଦା ଭିତରେ ପଶି ଯାଇଛି । କାର ଉପରକୁ ମାଡି ଯାଇଛି ମୋରମ ବୋଝେଇ ଟ୍ରକଟି । ଫଳରେ କାରରେ ଥିବା ସମସ୍ତ ଯାତ୍ରୀ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି । ତେବେ କାରର ନମ୍ବର ଝାଡଖଣ୍ଡର ହୋଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ ।