ରେଲିଙ୍ଗ ଭାଙ୍ଗି କେନାଲରେ ଖସିପଡିଲା କାର୍  । ଲିଭିଗଲା ୩ ପରିବାରର ଦୀପ । ସ୍ଥାନୀୟ ଅଞ୍ଚଳରେ ହଇଚଇ ।

189

କନକ ବ୍ୟୁରୋ: ପୋଲ ରେଲିଙ୍ଗ ଭାଙ୍ଗି ତଳକୁ ଖସିଲା କାର । ଚାଲିଗଲା ୩ ସାଙ୍ଗଙ୍କ ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶ ଗାଜିୟାବାଦର ଇନ୍ଦିରାପୁରମ ଥାନା ଅନ୍ତର୍ଗତ ବସୁନ୍ଧରା ଇଲାକରେ । ଗୁରୁବାର ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଏକ ସ୍କୋଡା କାରରେ ନିଜର ସାଙ୍ଗଙ୍କ ଭଉଣୀ ବିବାହରେ ଯୋଗ ଦେଇ ଫେରିବା ବେଳକୁ ଏପରି ଦୁର୍ଘଟଣା ଘଟିଛି ।

ପୋଲିସର ସୂଚନା ମୁତାବକ, ୩ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ଭଉଣୀର ବିବାହରେ ଯୋଗ ଦେବାକୁ ଇନ୍ଦିିରାପୁର ଯାଇଥିଲେ  ।ସେଠାରୁ ପାଖାପାଖି ସାଢେ ଗୋଟେ ସମୟରେ ଘରକୁ ଫେରୁଥିଲେ । ଗାଡିର ବେଗ ଅଧିକ ଥିବାରୁ କାର ନିୟନ୍ତ୍ରଣ ହରାଇ ବ୍ରିଜ ରେଲିଙ୍ଗ ଭାଙ୍ଗି ତଳକୁ ଖସିପଡିଥିଲା । ତଳେ ବଡ କେନାଲ ଥିବାରୁ କାର ସହ ପାଣିରେ ବୁଡିଯାଇଥିଲେ ୩ ସାଙ୍ଗ । ରାତିର ନିର୍ଜନ ପ୍ରହର ଥିବାରୁ ତୁରନ୍ତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ତେବେ କେନ ଆସି ଉଦ୍ଧାର କରିବା ବେଳକୁ ୩ ସାଙ୍ଗଙ୍କର ମୃତ୍ୟୁ ହୋଇସାରିଥିଲା । ତେବେ ମୃତକଙ୍କ ପରିବାର ଲୋକଙ୍କ କାନ୍ଦରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।