ଦାନ୍ତର ସମସ୍ୟା ଦୂର କରିବା ପାଇଁ ଆପଣାନ୍ତୁ ଏହି ସହଜ ଘରୋଇ ଉପଚାର ।

211

କନକ ବ୍ୟୁରୋ: ଅନକ ସମୟରେ କୌଣସି ଖାଦ୍ୟକୁ ଚୋବାଇବା ସମୟରେ ଦାନ୍ତ ଖୁବ ଜୋରରେ ବିନ୍ଧା ହୋଇଥାଏ । ଏପରିକି ପାଣି ପିଇବା ସମୟର ହେଉ କିମ୍ବା କିଛି ନିର୍ଦ୍ଦଷ୍ଟ ଖାଦ୍ୟ ବା ପାନୀୟ ଗ୍ରହଣ କରିବା ସମୟରେ ହେଉ ଦାନ୍ତ ଝିମା ମାରିଥାଏ । ଏହାକୁ ଟିନ୍ ସେନସିଟିଭିଟି କୁହାଯାଏ । ଥଣ୍ଡା ଓ ଗରମ ଖାଦ୍ୟ ଖାଉଥିଲେ ମଧ୍ୟ ଦାନ୍ତରେ ଏପରି ସ୍ପର୍ଶ କାତରତା ଦେଖାଦିଏ । ହେଲେ କିଛି ଘରୋଇ ଉପାୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଗୋଟିଏ ଛୋଟ ଚାମଚ ସୈନ୍ଦର୍ଭର୍ ଲୁଣରେ ଏକ ଛୋଟ ଚାମଚ ସୋରିଷ ତେଲ ପକାନ୍ତୁ । ଏହାକୁ ଭଲଭାବେ ଫେଣ୍ଟି ମାଢି ଓ ଦାନ୍ତରେ ଲଗାଇ କିଛି ସମୟ ମସାଜ କରନ୍ତୁ ବା ସେମିତି ଛାଡିଦିଅନ୍ତୁ । ଏହାପରେ ନଖ ଉଷୁମ ପାଣିରେ ପାଟି ଧୋଇଦିଅନ୍ତୁ । କିଛି ଦିନ ଏପରି କଲେ ଦାନ୍ତର ଝିମାପଣ ଦୂରେଇ ଯିବ । ଲବଙ୍ଗରେ ଥିବା ଏନିସ୍ଥୋଟିକ୍ ଓ ଆଣ୍ଟି ଅକ୍ସିଡେଣ୍ଟ ଦାନ୍ତର ସେନସିଟିଭିଟି ଦୂର କରିଥାଏ । ତେଣୁ ଲବଙ୍ଗ ତେଲକୁ ତୁଳାରେ ବୁଡାଇ ମାଢି ଓ ଦାନ୍ତରେ ୧୫ରୁ ୨୦ ମିନିଟ ଦାନ୍ତରେ ଲଗାଇ ରଖନ୍ତୁ । ଅନେକ ଉପଶମ ମିଳିବ ।

ଏହା ବ୍ୟତୀତ ଜୁଆଣି ତେଲ ମଧ୍ୟ ଦାନ୍ତର ଝିମାପଣ ଦୂର କରିବାରେ ବେଶ ଲାଭପ୍ରଦ ହୋଇଥାଏ । ଜୁଆଣି ତେଲକୁ ତୁଳାରେ ବୁଡାଇ ଦାନ୍ତରେ ଲଗାଇ ରଖିପାରିବେ । ଦିନକୁ ୩ରୁ ୪ଥର ଏପରି କଲେ ଦାନ୍ତ ଓ ମାଢି ସମସ୍ୟା ଦୂର ହୋଇପାରିବ ।