ସାଇବର ଠକଙ୍କ ନୂଆ ତରିକା: ଗାଡି ଚାଳକଙ୍କୁ କରୁଛନ୍ତି ଟାର୍ଗେଟ୍, ଓଭର ସ୍ପିଡିଙ୍ଗରେ ଟଙ୍କା କଟିଛି କହି ଲିଙ୍କ ପଠାଇ, କରୁଛନ୍ତି ଆକାଉଣ୍ଟ ଖାଲି

224

କନକ ବ୍ୟୁରୋ: ପୁଲିସ ଡାଳେଡାଳେ ଗଲେ ପତରେ ପତରେ ଯାଉଛନ୍ତି ସାଇବର ଠକ । ଦିନକୁ ଦିନ ନୂଆ ଷ୍ଟାଇଲ୍ କରୁଛନ୍ତି ଲୁଟ୍ । ଲିଙ୍କ ପଠାଇ କରୁଛନ୍ତି ଲୁଟ୍ । ଏବେ ଲୁଟେରାଙ୍କ ଟାର୍ଗେଟ୍ରେ ଗାଡି ଚାଳକ । ଓଭର ସ୍ପିଡିଙ୍ଗରେ ଟଙ୍କା କଟିଛି କହି ଗାଡ଼ି ଚାଳକଙ୍କ ପାଖକୁ ଲିଙ୍କ ପଠାଉଛନ୍ତି । ଏବଂ ଲିଙ୍କରେ କ୍ଲିକ୍ କରିବା ମାତ୍ରକେ ଖାଲି ହୋଇଯାଉଛି ଆକାଉଂଟ । ଏନେଇ ଲୋକଙ୍କୁ ସତର୍କ କରାଇଛି କମିଶନରେଟ୍ ପୁଲିସ । ଠକ୍ ପଠାଉଥିବା ଲିଙ୍କ୍ର ଫଟୋ ଦେଖାଇ ଏଭଳି ଲାଲ୍ ରଙ୍ଗର ଲିଙ୍କ୍ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦେଇଛି । କମିଶନରେଟ୍ ପୁଲିସର ଏକ୍ସ ଆକାଉଂଟରେ ଫଟୋ ଅପଲୋଡ୍ କରାଯାଇଛି ।