ପ୍ରଥମ ପର୍ଯ୍ୟାୟ ପାଇଁ ୨୧ ରାଜ୍ୟରେ ୧୦୨ ଆସନରେ ଚାଲିଛି ମତଦାନ: ଦିନ ଗୋଟାଏ ସୁଦ୍ଧା ପାଖାପାଖି ୪୦ ପ୍ରତିଶତ ମତଦାନ

119

କନକ ବ୍ୟୁରୋ: ଦେଶରେ ୧୮ତମ ଲୋକସଭା ଆସନ ପାଇଁ ଜାରି ରହିଛି ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଭୋଟିଂ ଚାଲିଛି । ୧୦୨ ଆସନରେ ମତଦାନ ଚାଲିଥିବା ବେଳେ ଭୋଟ ଦେଇ ୧୬ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୮କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ପରୀକ୍ଷା ହେଉଛି । ନୀତିନ ଗଡକରୀଙ୍କ ପାଇଁ ନାଗପୁରରେ ପଡୁଛି ଭୋଟ୍ । ବିଜେପି ସାଂସଦ ପ୍ରାର୍ଥୀ ନୀତିନ ଗଡକରି ଭୋଟ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଆସମ ଡିବ୍ରୁଗଡ୍ରେ ଭୋଟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସନୱାଲ ଭୋଟ ଦେଇଛନ୍ତି । ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ରାଜସ୍ଥାନର ୧୨, ୟୁପିର ୮, ଉତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨ ଆସନରେ ଭୋଟ୍ ଗ୍ରହଣ ଚାଲିଛି । ସେହିପରି ପଶ୍ଚିମବଙ୍ଗର୩, ମହାରାଷ୍ଟ୍ରର ୫ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟିଂ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜିତେନ୍ଦ୍ର ସିଂହ, ଚିରାଗ ପାଶୱାନ, ନକୁଲ ନାଥ, କେ ଆନ୍ନାମଲାଇ, ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମୋଝି ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି ।