ବ୍ରିଟେନରେ ବିଜୁଳି ସଂକଟ, ଦେୟ ବୃଦ୍ଧି ପରେ ଜନସ୍ୱାସ୍ଥ୍ୟରେ ଜରୁରୀକାଳୀନ ପରିସ୍ଥିତି

94

କନକ ବ୍ୟୁରୋ : ସାରା ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ବ୍ରିଟେନରେ ଏବେ ବିଜୁଳି ସଂକଟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ସରକାର ବିଜୁଳି ବିଲ୍ ବୃଦ୍ଧି କରିବା ଫଳରେ ଦେଶରେ ଜନସ୍ୱାସ୍ଥ୍ୟରେ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି ଜାତୀୟ ସ୍ୱାସ୍ଥ୍ୟ ସେବା ଏନଏଚଏସର ବରିଷ୍ଠ ଅଧିକାରୀମାନେ ଶୁକ୍ରବାର ଦିନ ସରକାରଙ୍କୁ ବିଜୁଳି ମୂଲ୍ୟ ବୃଦ୍ଧି ଉପରେ ତୁରନ୍ତ ବିଚାର କରିବାକୁ ନିବେଦନ କରିଛନ୍ତି । ଏହାର କାରଣ ଭାବେ ସେମାନେ କହିଛନ୍ତି କି ଏଭଳି ଭାବେ ବିଜୁଳି ବିଲ୍ ବୃଦ୍ଧି ପାଇବାରୁ ଦେଶ “ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି”ର ସମ୍ମୁଖୀନ ହୋଇଛି ।

ଏନଏଚଏସ୍ କନଫେଡେରେସନ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କୁ ଏନେଇ ଏକ ଚିଠି ଲେଖି ଚେତାବନୀ ଦିଆଯାଇଛି । ଚିଠିରେ କୁହାଯାଇଛି କି ବର୍ଦ୍ଧିତ ବିଦ୍ୟୁତ ବିଲ ଫଳରେ ଲୋକମାନେ ନିଜ ଘରକୁ ଗରମ ରଖିପାରିବେ ନାହିଁ । ଯଦି ସେମାନେ ବର୍ଦ୍ଧିତ ବିଦ୍ୟୁତ୍ ବିଲ ଦେବାକୁ ଚେଷ୍ଟା କରିବେ ତେବେ ସେମାନଙ୍କ ପାଖରେ ଦୁଇଟି ବିକଳ୍ପ ରହିବ । ଗୋଟିଏ ହେଉଛି ସେମାନେ ତାଙ୍କ ଭୋଜନରୁ ଗୋଟିଏ ଓଳି କମ କରି ଅର୍ଥ ସଂଚୟ କରିବେ ନଚେତ ଥଣ୍ଡା ଓ ଆର୍ଦ୍ର ଅବସ୍ଥାରେ ରହି ନିଜକୁ ରୋଗୀଣା କରିବେ ।

ସେପଟେ ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି କି, ଏଭଳି ବିଦ୍ୟୁତ୍ ବିଲ୍ ବୃଦ୍ଧି ଓ ବିଜୁଳି ସଂକଟ କରାଣରୁ ଶୀତଳ ଘରେ ରହିବା ଫଳରେ ବାର୍ଷିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାସହ ଅତିଷ୍ଠ ସ୍ୱାସ୍ଥ୍ୟସେବା ଉପରେ ଏହା ଚାପ ପକାଇବ ।

ଏନଏଚଏସ କନଫେଡେରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ମାଥ୍ୟୁ ଟେଲର କହିଛନ୍ତି କି ଦେଶରେ ଯେଭଳି ଭାବେ ମାନବିକ ସଂକଟରେ ସମ୍ମୁଖୀନ ହୋଇଛି ଏହା ଫଳରେ ଲୋକମାନେ ନିଜ ଘରକୁ ଗରମ ରଖିବାକୁ ଗୋଟିଏ ଓଳି ଭୋଜନ ଛାଡିବାକୁ ପଡିବ ନଚେତ ଥଣ୍ଡା ଘରେ ରହି ରୋଗାକ୍ରାନ୍ତ ହେବେ ।