ବରଯାତ୍ରୀ ପ୍ରୋସେସନବେଳେ ଗ୍ରାମବାସୀଙ୍କ ସହ ସଂଘର୍ଷ । କନ୍ୟା ପକ୍ଷ ଲୋକଙ୍କ ଗାଡି ଜାଳିଦେଲେ ବରପକ୍ଷ । ଉତ୍ତେଜନା ପରେ ବର ଅଟକ

750

କନକ ବ୍ୟୁରୋ: ବରଯାତ୍ରୀଙ୍କ ପାଇଁ ହଟହଟ୍ଟା ହେଲେ ବର ଓ କନ୍ୟା । କେନ୍ଦ୍ରାପଡ଼ା ରାଜନଗର କଏଥା ଗାଁରେ ବର ଓ କନ୍ୟାକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଯଦୁଚନ୍ଦ୍ରପୁର ଗାଁର ମାନସ ରାଉଳଙ୍କ କଏଥା ଗାଁର ପ୍ରତିମାଙ୍କ ସହ ବାହାଘର ସମୟରେ ଘଟିଛି ଅଭାବନୀୟ ଘଟଣା । ବିବାହ ପ୍ରୋସେସନ ସମୟରେ ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ଯାହା ଏବେ ଉଗ୍ର ରୂପ ନେଇଛି । ଉତ୍ୟକ୍ତ ହୋଇ କନ୍ୟା ପକ୍ଷ ଲୋକଙ୍କ ଅଟୋ ଜାଳି ଦେଇଛନ୍ତି ବରଯାତ୍ରୀ । ଯେଉଁଥିପାଇଁ ବର ଓ କନ୍ୟାକୁ ଗାଁରେ ଅଟକ ରଖିଛନ୍ତି ଲୋକେ । ଘଟଣା ଜଣାପଡ଼ିବା ପରେ ରାଜନଗର ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।