ଘର ତିଆରି ପାଇଁ ଡାକରେ ଆସିଲା ଇଟା… ତଦନ୍ତ ବସିଲା । ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି ସତ

2,261

୧୯୧୬ର କଥା । ଯୁକ୍ତରାଷ୍ଟ୍ର ଆମେରିକାର ୟୁଟ୍‌ହା ଅନ୍ତର୍ଗତ ଭର୍ନିଏଲ୍‌ରେ ଥିବା ଏକ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ, ଏକ ସ୍ଥାୟୀ କୋଠାଘର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ, ଭର୍ନିଏଲ୍‌ରେ ଇଟା ମିଳୁ ନ ଥିଲା । ଇଟା ମିଳୁଥିବା ନିକଟବର୍ତ୍ତୀ ସହର ସଲ୍‌ଟ ଲେକ୍‌ ସିଟି ଥିଲା ପ୍ରାୟ ୪୦୭ ମାଇଲ୍‌ ଦୂରରେ । ସେଠାରୁ ଇଟା ଆଣିବା ଥିଲା ଏକ କଷ୍ଟକର ଓ ଖର୍ଚବହୁଳ ବ୍ୟାପାର । କାରଣ ସେତେ ବେଳେ ଭର୍ନିଏଲ୍‌ ରେଳପଥ ସହ ସ˚ଯୁକ୍ତ ହୋଇ ନ ଥିଲା । କୋଠା ତିଆରି ନିମନ୍ତେ ଯେତିକି ଇଟା ଦରକାର, ତାହାକୁ ଆଣିବା ପାଇଁ ସ୍ଥାନୀୟ ଏକ ସଡ଼କ ପରିବହନ ସ˚ସ୍ଥା ଦାବି କଲା କୋଡ଼ିଏ ହଜାର ପାଉଣ୍ତ୍ ‌। ଏତେ ଟଙ୍କା ବ୍ୟୟ କରିବାକୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଚାହୁଁ ନ ଥିଲେ । ସେମାନେ ଡାକ ଯୋଗେ ଇଟା ଆଣିବା ପାଇଁ ଯୋଜନା କଲେ । ତାହା ଦ୍ବାରା ବ୍ୟୟ ଢେର‌୍‌ କମ୍‌ ହେବ ବୋଲି ସେମାନେ ଜାଣିଥିଲେ ।

ପ୍ରଚଳିତ ଡାକ ଆଇନରେ ଇଟା ଆସିବାରେ କିଛି ପ୍ରତିବନ୍ଧ ନ ଥିଲା । ପାର୍ସଲ୍‌ ପଚାଶ ପାଉଣ୍ତ୍‌ରୁ ଅଧିକ ହେବନାହିଁ ବୋଲି ଯାହା ନିୟମଟିଏ ଥିଲା । ଏଣୁ ସେମାନେ ଦଶ-ଟିକିଆ ପ୍ୟାକେଟ୍‌ରେ ଇଟା ମଗାଇଲେ । ଏତେ ପରିମାଣର ପ୍ୟାକେଟ୍‌ ଡାକ ଯୋଗେ ଆସିଲା ଯେ, ଡାକ କର୍ମଚାରୀମାନେ ଅନ୍ୟ କାମ କରିପାରିଲେନାହିଁ । ତଦନ୍ତ ହେବାରୁ ଡାକରେ ଇଟା ପଠାଯାଉଥିବା ଜଣାପଡ଼ିଲା । ଡାକ ବିଭାଗୀୟ ଉଚ୍ଚ-କର୍ତ୍ତୃପକ୍ଷ ଆଇନ ଦେଖି ନିର୍ଦେଶ ଦେଲେ ଯେ, ଜଣେ ପ୍ରାପକଙ୍କ ନିକଟକୁ ଗୋଟିଏ ଦିନରେ ସର୍ବାଧିକ ଦୁଇ ଶହ ପାଉଣ୍ତ୍‌ ମାଲ ପଠାଯାଇପାରିବ । ଏହା ଦେଖି ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ସମଗ୍ର ଭର୍ନିଏଲ୍‌ବାସୀଙ୍କୁ ପ୍ରାପକ ବନାଇଦେଲେ । ଡାକ ବିଭାଗ କାନ-ମୁଣ୍ତ ଆଉଁଶି ଚୁପ୍‌ ରହିବା ଛଡ଼ା ଅନ୍ୟ ଗତି ନ ଥିଲା ।