ଖଲ୍ଲିକୋଟରେ ଅଘଟଣ : ଚାଉଳବସ୍ତାରେ ପଡିଥିବା ପୋକମରା ଔଷଧ ପ୍ରଭାବରେ ସାନଭାଇର ମୃତ୍ୟୁ, ବଡଭାଇ ଅସୁସ୍ଥ

ଚାଉଳରେ ପୋକ ନଲାଗିବା ପାଇଁ ପକାଯାଇଥିଲା ଔଷଧ; ଶୋଇଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ଦୁଇ ଶିଶୁ

315

କନକ ବ୍ୟୁରୋ : ଖଲ୍ଲିକୋଟ ଥାନା ବାକୁଟୁ ଗାଁରେ ଅଘଟଣ । ଘରେ ରଖାଯାଇଥିବା ଚାଉଳରେ ପୋକ ନଲାଗିିବା ପାଇଁ ପକାଯାଇଥିବା ଔଷଧ ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ସାନଭାଇର ମୃତ୍ୟୁ, ବଡଭାଇ ଅସୁସ୍ଥ । ବାକୁଟୁ ଗାଁରେ ଦିଲ୍ଲୀପ ମଳିକ ବିଦେଶ ଯାଇଥିବା ବେଳେ ଘରେ ରୁହନ୍ତି ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁ । ଘରେ ଥିବା ୫ବସ୍ତା ଚାଉଳରେ ପୋକ ନ ଲାଗିବା ପାଇଁ ଦୋକାନରୁ ୫ପ୍ୟାକେଟ ଔଷଧ ଆଣି ଚାଉଳ ବସ୍ତା ଉପରେ ରଖିଥିଲେ ।

ତେବେ ରବିବାର ରାତିରେ ଘରେ କବାଟ ବନ୍ଦ କରି ଦୁଇ ପିଲାଙ୍କ ସହ ମାଆ ଶୋଇପଡିଥିଲେ । ହଠାତ ସାନପୁଅ ଅସୁସ୍ଥ ହୋଇପଡିଥିଲେ । ପରେ ବଡ ପୁଅ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ଦୁଇଭାଇଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଏମକେସିଜିକୁ ନିଆଯାଇଥିଲା । ଚିକିତ୍ସା ବେଳେ ସାନଭାଇର ମୃତ୍ୟୁ ହୋଇଥିବା ବେଳେ ବଡଭାଇ ସୁସ୍ଥ ହୋଇଫେରିଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।