ରାକ୍ଷୀ ସାୱନ୍ତଙ୍କ ମୋଦି ଡ୍ରେସ : ମୋଦିଙ୍କ ଫଟୋ ଥିବା ଡ୍ରେସ ପିନ୍ଧି ଚର୍ଚ୍ଚାରେ ରାକ୍ଷୀ

65

କନକ ବ୍ୟୁରୋ : କଂଟ୍ରୋଭର୍ସି କୁଇନ୍ ରାକ୍ଷୀଙ୍କ ନୂଆ ଅବତାର । ସବୁ ବେଳେ ଚର୍ଚାରେ ରହୁଥିବା ରାକ୍ଷୀ ଏଥର ନେଇଛନ୍ତି ନୂଆ ରୂପ । ବିବାଦୀୟ କୁଇନ୍ ଏଥର ଚର୍ଚାକୁ ଆସିଛନ୍ତି ମୋଦିଙ୍କ ଫଟୋ ଥିବା ଡ୍ରେସ ପିନ୍ଧି । ସବୁବେଳେ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ୍ତ ଏଥର କିନ୍ତୁ ଭିନ୍ନ ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି ।

ବଲିଉଡର ଏହି ଅଭିନେତ୍ରୀଙ୍କ ଡ୍ରେସରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀଙ୍କ ଫଟୋ । ରାକ୍ଷୀ ଆମେରିକାର ଚିକାଗୋରେ ଆୟୋଜିତ ଏକ ପ୍ରି-ଇଣ୍ଡିପେଣ୍ଡେନ୍ସ ଡେ ପାର୍ଟିରେ ଏହି ଡ୍ରେସ ପିନ୍ଧି ସାମିଲ ହୋଇଥିଲେ । ଏହି ଡ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଛାଇ ରହିଥିଲା ।

ଗଣମାଧ୍ୟମକୁ ଏହି ଡ୍ରେସ ବାବଦେର ମନ୍ତବ୍ୟ ଦେଇ ରାକ୍ଷୀ କହିଛନ୍ତି ସେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହ ଡ୍ରେସ ପିନ୍ଧିଛନ୍ତି । ମୋଦି ତାଙ୍କ ପାଇଁ ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ । ଆମେରକାରେ ଏହି ଡ୍ରେସ ପିନ୍ଧି ସେ ମୋଦିଙ୍କୁ ପ୍ରତିନିଧିତ୍ୱ କରୁଥିବା କହିଛନ୍ତି । ଆମେରିକାର ଗଣମାଧ୍ୟମ ପ୍ରତିନିଧିଙ୍କୁ ରାକ୍ଷୀ କହିଛନ୍ତି ଅଯଥାରେ ବିବାଦ ସୃଷ୍ଟି କରି ସେମାନେ ନିଜ ସମୟ ନଷ୍ଟ କରନ୍ତୁ ନାହିଁ । ନିଜ ପରିବାର ପାଇଁ ସେତିକି ସମୟ ଦିଅନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଏହି ଡ୍ରେସ ପିନ୍ଧି ସେ ବିଜେପିକୁ ଇମ୍ପ୍ରେସ କରିବା ପାଇଁ ଚାହାଁନ୍ତି ।