ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳାବାଘ: ରାଜ୍ୟସଭାରେ ସୂଚନା ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ୱିନୀ ଚୌବେ

146

କନକ ବ୍ୟୁରୋ: ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ବାଘ । ରାଜ୍ୟସଭାରେ ଏକ ପ୍ରଶ୍ନରେ ଏଭଳି ଉତର ରଖିଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ । କହିଛନ୍ତି, ଦେଶରେ ଯେଉଁ ୧୦ଟି କଳା ମହାବଳ ବାଘ ଅଛନ୍ତି, ସେସବୁ ଶିମିଳିପାଳରେ ଅଛନ୍ତି । ଏହି ମହାବଳ ବାଘ ଗୁଡ଼ିକ ମେଲାନି ଷ୍ଟିକ୍ ପ୍ରଜାଭିର କୁହାଯାଉଥିବା ବେଳେ ଏମାନେ ଜେନେଟିକାଲ ଡିଜଅଡର ପାଇଁ ଜନ୍ମ ହୁଅନ୍ତି ବୋଲି କହିଛନ୍ତି ଅଶ୍ୱିନୀ ଚୌବେ ।