ନବୀନଙ୍କ ପଦ୍ମପୁର ପ୍ୟାକେଜକୁ ନେଇ ବର୍ଷିଲା ବିଜେପି । କହିଲା, ନେତା ମରିଗଲା ପରେ କାହିଁକି ଘୋଷଣା କରନ୍ତି ମୁଖ୍ୟମନ୍ତ୍ରୀ

195

କନକ ବ୍ୟୁରୋ : ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଯେକୌଣସି ମୁହୂର୍ତରେ ଏଠାରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ପାଇଁ ବଡ଼ ଘୋଷଣା କରିଛନ୍ତି । ପଦ୍ମପୁର ନିର୍ବାଚନମଣ୍ଡଳୀ ପାଇଁ ନବୀନ ୪୮୮ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ।
ନବୀନଙ୍କ ଏହି ଘୋଷଣାକୁ ନେଇ ବର୍ଷିଛି ବିଜେପି । କୌଣସି ବିଧାୟକ ମରିଗଲା ପରେ କାହିଁକି ମୁଖ୍ୟମନ୍ତ୍ରୀ ସେହି ନିର୍ବାଚନ ମଣ୍ଡଳୀ ପାଇଁ ବଡ଼ ଘୋଷଣା କରନ୍ତି ବୋଲି ପ୍ରଶ୍ନ କରିଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ । ତେବେ ବିଜେପି କାଉଂଟରର ଜବାବ ରଖିଛି ବିଜେଡି । ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ବଡ଼ ଘୋଷଣା କରି ବାହାବା ନେଉଛନ୍ତି । ତା’ଛଡ଼ା ଓଡ଼ିଶାରେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ନାହିଁ । ମୁଖ୍ୟମନ୍ତ୍ରୀ ସର୍ବଦା ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି । ଆଉ ବିରୋଧୀ ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ଅରୁଣ ସାହୁ କହିଛନ୍ତି ।