ରବର୍ଟ ଭଦ୍ରାଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି, ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଘେରିଲେ ଗୌରଭ ଭାଟିଆ

91

କନକ ବ୍ୟୁରୋ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମି ତଥା ଶିଳ୍ପପତି ରବର୍ଟ ଭଦ୍ରାଙ୍କ ଉପରେ ବଡ ଅଭିଯୋଗ ଆଣିଛି ବିଜେପି । ରାଜସ୍ଥାନରେ ଭଦ୍ରା ବଡ ଧରଣର ଜମି ଦୁର୍ନିୀତି କରିଥିବା ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି । ଚାଷୀ ଜମି ହଡପ କରିବା ସହ ରବର୍ଟ ଏହି ଦୁର୍ନିିୀ କରିଥିବା ବିଜେପି ଅଭିଯୋଗ ଆଣିଛି । ୨୦୦୮ରୁ ୨୦୧୩ ମସିହା ସମୟରେ ରାଜସ୍ଥାନରେ କଂଗ୍ରେସ ସରକାର ଥିବା ସମୟରେ ଏକ ହଜାର ଏକର ଜମି ହଡପ ଅଭିଯୋଗ କରିଛି ବିଜେପି । ମାମଲାରେ କେବଳ ରବର୍ଟ ନୁହଁନ୍ତି ତାଙ୍କ ମା ମୋରିନ ଭଦ୍ରାଙ୍କ ସମ୍ପୃକ୍ତି ଥିବା କହିଛି ଦଳ । ସେପଟେ ବିକାନେର ଜମି ଦୁର୍ନିୀତିରେ ରାଜସ୍ଥାନ ହାଇକୋର୍ଟ ଗୁରୁବାର ରବର୍ଟଙ୍କ ଆବେଦନ ଖାରଜ କରିଛନ୍ତି । ଏଥିସହ ୧୫ଦିନ ମଧ୍ୟରେ ରବର୍ଟଙ୍କ ଗିରଫ ସମ୍ଭାବନା ରହିଛି ।