ତାଇୱାନର ବାୟୁସୀମା ଓ ଜଳସୀମାରେ ଡ୍ରାଗନ କଲା ଯୁଦ୍ଧାଭ୍ୟାସ । ଉଭୟ ତାଇୱାନ ଓ ଆମେରିକାକୁ ଚେତାବନୀ ଦେଇ ସୀମାରେ ଚୀନ ଉଡାଇଲା ଯୁଦ୍ଧ ବିମାନ

104

କନକ ବ୍ୟୁରୋ : ଗୋଟେ ପଟେ ଚୀନରେ କରୋନା କାଳ ଅନ୍ୟପଟେ ଚୀନ ସରକାର କିନ୍ତୁ ନିଜର ବିସ୍ତାରବାଦୀ ନୀତି ଛାଡିବା ପାଇଁ ଆଦୌ ପ୍ରସ୍ତୁତ ନୁହେଁ । ଅର୍ନ୍ତଜାତୀୟ ଗଣମାଧ୍ୟକ ରିପୋର୍ଟ ଅନୁସାରେ ତାଇୱାନ ବାୟୁସୀମାକୁ ଅତିକ୍ରମ କରି ବଡ ଧରଣର ଯୁଦ୍ଧାଭ୍ୟାସ କରିଛି । କେବଳ ବାୟୁସୀମାରେ ନୁହେଁ ଜଳସୀମା ମଧ୍ୟ ଚୀନ ଅତିକ୍ରମ କରିଛି ପିଏଲଏ । ଏକାସହ ୬୨ ଯୁଦ୍ଧ ବିମାନ, ୭ଲଢୁଆ ବିମାନ, ୪୭ ହେଲିକପ୍ଟର ଓ ୭ଟି ଯୁଦ୍ଧ ଜାହଜ ଏହି ଯୁଦ୍ଧାଭ୍ୟାସରେ ସାମିଲ ଥିଲେ । ଏସୟୁ ୩୦ ଯୁଦ୍ଧ ବିମାନ, ପରମାଣୁ ଆକ୍ରମଣରେ ମାହିର ଏଚ୍ ୬ ଓ ଡ୍ରୋନ ବି ସାମିଲ ଥିଲେ । ଡ୍ରାଗନର ଏହା ସବୁଠୁ ବଡ ଅନୁପ୍ରବେଶ ବୋଲି ତାଇୱାନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସେପଟେ ଚୀନ ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି । ତାଇୱାନ ଓ ଚୀନ ସୀମା ବିବାଦ ଭିତରେ ଆମେରିକା ମନା କରିବା ପରେ ବାରମ୍ବାର ହସ୍ତକ୍ଷେପ କରୁଛି । ତେଣୁ ଉଭୟ ତାଇୱାନ ଓ ଆମେରିକାକୁ ଜବାବ ଦେବାକୁ ଯାଇ ଏହି ଯୁଦ୍ଧାଭ୍ୟାସ କରାଯାଇଛି । ତାଇୱାନ କହିଛି ଶାନ୍ତିଭଙ୍ଗ କରିବା ପାଇଁ ଚୀନ ଏଭଳି କାମ କରୁଛି । ଆମେରିକା ବାହାନା କରି ବାରମ୍ବାର ଏଭଳି ଅନୁପ୍ରବେଶ କରୁଛି ଚୀନ । ଏହାର ଉଚିତ ଜବାବ ଦିଆଯିବ । ଆଗାମୀ ଦିନରେ ଚୀନ ଶତ୍ରୁ ଦେଶଙ୍କ ସହ ମୁକାବିଲା କରିବା ପାଇଁ ତାଇୱାନ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ୧ବର୍ଷର ସାମରିକ ତାଲିମ ବାଧ୍ୟତାମୂଳକ କରିଛନ୍ତି ।