କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜନୀତିରେ ପୁଣି ଏକ ନୂଆ ସମିକରଣ ଦେଖିବାକୁ ମିଳିପାରେ । ତେଲେଙ୍ଗାନରେ କେସିଆରଙ୍କୁ କ୍ଷମତାରୁ ହଟାଇବାକୁ ଟିଡିପିକୁ ଏନଡିଏରେ ସାମିଲ କରିପାରେ ବିଜେପି । ସୂଚନା ଥାଉକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ବିରୋଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିବାକୁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ନେତା କେ,ଚନ୍ଦ୍ରଶେଖର ରାଓ ବିଭିନ୍ନ ସମୟରେ ବିରୋଧୀଙ୍କୁ ଏକଜୁଟ୍ କରିବାରେ ଲାଗିଛନ୍ତି । ଏହାସହ ଗଣମାଧ୍ୟମରେ ଚନ୍ଦ୍ରଶେଖର ରାଓ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ବିଜେପି ଏବେ ତେଲେଙ୍ଗାନରେ ଟିଡିପିକୁ ଏନଡିଏରେ ସାମିଲ କରିପାରେ ବୋଲି ଆକଳନ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ତେଲେଙ୍ଗାନରେ ବିଜେପିର ଶକ୍ତି ଦୁର୍ବଳ ଥିବାରୁ ସେ ଅନ୍ୟଦଳ ସହ ମେଣ୍ଟ କରି କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ୍ ଶାହା ଓ ବିଜେପିର ଶୀର୍ଷନେତାମାନେ ବାରମ୍ବାର ତେଲେଙ୍ଗାନା ଗସ୍ତ କରୁଥିବାର ଦେଖିବାକୁ ମିଳିଛି ।
ଅନ୍ୟପଟେ ବିଜେପି ତେଲେଙ୍ଗାନର ମୋଟ ବିଧାନସଭା ଆସନ ୧୧୯ ମଧ୍ୟରୁ ୩୨ ଟି ଆସନ ଉପରେ ଫୋକସ କରିଛି । ବିଶ୍ଳେଷକଙ୍କ ମତରେ ଅଭିନେତା ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଓ ବିଜେପିକୁ ଆସନ୍ତା ବିଧାନସଭା ନିର୍ବାଚନରେ ଅଧିକ ଆସନ ମିିଳିପାରେ ।