ବିଜେପିର ଅଭିଯୋଗକୁ ନେଇ ଜବାବ ରଖିଲା ବିଜେଡି । ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ, ବିରୋଧୀଙ୍କ ମତିଭ୍ରମ ହୋଇଛି । ନବୀନ ବେଶି କୁହନ୍ତିନି କିନ୍ତୁ କାମ କରନ୍ତି ।

239

କନକ ବ୍ୟୁରୋ : ବିଜେପି ଅଭିଯୋଗର କଡା ଜବାବ ରଖିଲା ବିଜେଡି । ଦଳର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି, ନବୀନ ବାବୁ ବେଶି କୁହନ୍ତି ନାହିଁ । ହେଲେ କାମ କରନ୍ତି । କାଳିଦାସ କେଉଁଠି ଭାଷଣ ଦିଅନ୍ତିନି । ହେଲେ ସେ ବଡ ଜ୍ଞାନୀ । ରାଜ୍ୟରେ ଯାହା ହେଉଛି ମୁଖ୍ୟମନ୍ତ୍ରୀ କରୁଛନ୍ତି । ଏହାସହ ତାଙ୍କ ପରାମର୍ଶରେ ହିଁ ହେଉଛି । ବିରୋଧୀଙ୍କ ମତିଭ୍ରମ ହୋଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କିଛି କରୁନାହାନ୍ତି ବୋଲି ବିରୋଧୀ କହୁଛନ୍ତି । ଅନ୍ୟପଟେ ସଚିବ ସବୁ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ।

ଏହାସହ ପ୍ରଫୁଲ୍ଲ କହିଛନ୍ତି, ଆମର ଗଣତନ୍ତ୍ରରେ ୩ ଟି ବିଭାଗ ରହିଛି। ଆମେ ଲେଜିସଲେଟିଭରେ ରହିଲୁ ଆମର କାମ ହେଲା ନିୟମ ତିଆରି କରିବା। ତାକୁ କାର୍ୟ୍ୟକାରୀ ଅଫିସର କରିବେ। ଏହାସହ କାମ ଠିକ୍ ହେଉଛି ନା ନାହିଁ ନ୍ୟାୟାଳୟ ଦେଖିବ। ସେ ଦୃଷ୍ଟିରୁ ଗଣତନ୍ତ୍ର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା ରାଜ୍ୟରେ ହେଉଛି। ବିଧାୟକମାନେ ତାଙ୍କ ସୀମାରେ ରହିବା ଉଚିତ। ଜିଲାପାଳଙ୍କ ତାଙ୍କ ସୀମାରେ ରହିବା ଉଚିତ। କିଏ କଣ କରିବ ତାହା ସମ୍ବିଧାନର ନିୟମ ରହିଛି । ଯେଉଁମାନେ ଏପରି ଅଭିଯୋଗ ଆଣୁଛନ୍ତି ସେମାନେ ଚିନ୍ତା ନ କରି କହୁଛନ୍ତି।