ପ୍ରଚାର ମଇଦାନରେ ହେଭିୱେଟ୍ ନେତା । କଟକରେ ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ପ୍ରଚାର

458

କନକ ବ୍ୟୁରୋ: ତାତିରୁ ନିସ୍ତାର ପରେ ପ୍ରଚାର ମଇଦାନରେ ହେଭିୱେଟ୍ ନେତା । କଟକରେ ବିଜେଡି ଲୋକସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ରଙ୍କ ଜୋରଦାର ପ୍ରଚାର । ରବିବାର ଏକ ବିଶାଳ ବାଇକ୍ ରାଲି କରି ପ୍ରଚାର କରିଛନ୍ତି ସନ୍ତୃପ୍ତ ମିଶ୍ର । ଖାନନଗର ସାଇ ମନ୍ଦିରରେ ପୂଜାର୍ଚ୍ଚନା ପରେ ବିଜେଡି ଲୋକସଭା ପ୍ରାର୍ଥୀ ଏକ ବାଇକ୍ ଶୋଭାଯାତ୍ରାରେ ବାହାରିଥିଲେ । ସନ୍ତୃପ୍ତ ମିଶ୍ରଙ୍କ ସହ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳ, ଖୋଲା ଜିପରେ ଶତାଧିକ ସମର୍ଥକଙ୍କ ସହ ନୂଆବଜାର ପୋତାପୋଖରୀରେ ବୈଠକ କରିଥିଲେ । ଏହି ଅବସରରେ ବିଜେଡି ଲୋକସଭା ପ୍ରାର୍ଥୀ କହିଛନ୍ତି ଯେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଗକୁ ଏହି ଉତ୍ସାହ ଆହୁରି ବଢ଼ିବ ବୋଲି କହିଛନ୍ତି । ସେହିଭଳି ସୌଭିକ କହିଛନ୍ତି ଯେ ଚୌଦ୍ୱାର-କଟକରେ ପ୍ରଗତିର ଧାରାକୁ ନଜରରେ ରଖି ଏଥର ମଧ୍ୟ ଲୋକେ ବିଜେଡିକୁ ଭୋଟ୍ ଦେବେ ।