ରୁଚିକା ଆତ୍ମହତ୍ୟା : ମୁହଁ ଖୋଲିଲେ ସାନ ଭଉଣୀ, କହିଲେ …

369

କନକ ବ୍ୟୁରୋ : ରୁଚିକାଙ୍କ ମୃତ୍ୟୁକୁ ନେଇ ସାନ ଭଉଣୀ ମୁହଁ ଖୋଲିଛନ୍ତି । ମୋ ଦିଦି ପିଲାବେଳୁ ମେଧାବୀ ଥିଲା , ଭଲ ମାର୍କ ରଖୁଥିଲା । ସବୁବେଳେ ପାଠ ପଢୁଥିବାରୁ ହଷ୍ଟେଲରେ ଦିଦିକୁ ସାଇକୋ କହୁଥିଲେ । ସିନିୟମାନେ କମେଣ୍ଟ କରିବା ସହ ଦେଖେଇ ସିଖେଇ କହୁଥିଲେ । ସେ କୁଆଡେ ଗଲେ ତାକୁ ଦେଖି କୁହନ୍ତି ହେଇ ଆଇଏଏସ ଆସିଲା ।

ସେପଟେ ଘଟଣାର ଦୁଇ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ ପୋଲିସ । କମିଶନରେଟ୍ ପୋଲିସ ତିନିଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ କରୁଛି । କଲେଜ ଛାତ୍ରୀନିବାସରେ ପହଞ୍ଚି ପୋଲିସ ଟିମ୍ ଛାନଭିନ୍ କରିଛନ୍ତି । ସନ୍ଦେହରେ ପୋଲିସ ଅନେକ ଛାତ୍ରଛାତ୍ରୀଙ୍କୁ ଜେରା କରିଛି । ସୁପରିଟେଣ୍ଡେଣ୍ଟ, ୱାର୍ଡେନ୍, ଫ୍ଲୋର ଇନଚାର୍ଜ. ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସମେତ ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜେରା କରି ବୟାନ ରେକର୍ଡ କରିଛି ପୋଲିସ । ମୋଟ୍ ୧୩୪ ଜଣ ନାଁକୁ ନେଇ ତାଲିକା ପୋଲିସ ପ୍ରସ୍ତୁତ କରିଛି ।