ସୁପରଫ୍ୟାନଙ୍କ ସହ ଫଟୋ ଉଠାଇଲେ ବିରୁଷ୍କା । ମୁମ୍ବାଇ ରିସେପସନ ପାର୍ଟିରେ ଶ୍ରୀଲଙ୍କାର ସ୍ୱତନ୍ତ୍ର ଅତିଥିଙ୍କୁ ଚାରିଆଡୁ ପ୍ରଶଂସା ।

66

ଇଣ୍ଡିଆ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ସୁସୂର ଇଟାଲୀରେ ବର୍ଣ୍ଣାଢ୍ୟ ବିବାହ କରିଥିଲେ । ୨୧ ତାରିଖରେ ଦିଲ୍ଲୀ ରେ ତାଙ୍କର ପ୍ରଥମ ରିସେପସନ ପାର୍ଟି ଆୟୋଜନ ହୋଇଥିଲା ବେଳେ ଗତ ମଙ୍ଗବାରଦିନ ତାଙ୍କର ଦ୍ୱିତୀୟ ରିସେପସନ ପାର୍ଟି ମୁମ୍ବାଇର ସେଂଟ ରେଗିସ ହୋଟେଲରେ ଦୁହିଁଙ୍କ ରିସେପ୍ସନ ପାର୍ଟି ଆୟୋଜନ ହୋଇଥିଲା ।

ତେବେ ଏହି ରିସେପସନ ପାର୍ଟିରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା ,ସେ ଖେଳାଳି ନୁହଁନ୍ତି କିମ୍ବା ବଲିଉଡର ଜଣାଶୁଣା ଆକ୍ଟର ନୁହନ୍ତି । ସେ ହେଉଛନ୍ତି ଜଣେ ସାଧାରଣ ପ୍ରଂଶସକ । ଏବେ ଏହି ପ୍ରଂଶସକକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଆପଣ ଜାଣିବାକୁ ନିଶ୍ଚିତ ଚାହୁଁଥିବେ, ସେ ପ୍ରଶଂସକ ଜଣ କିଏ ? ଯେଉଁମାନଙ୍କୁ ଦେଖିବାକୁ ଦର୍ଶକ ବର୍ଷ ବର୍ଷ ଅପେକ୍ଷା କରୁଛନ୍ତି ।

ସେମାନେ କିଭଳି ଗୋଟିଏ ସାଧାରଣ ବ୍ୟକ୍ତିକୁ ତାଙ୍କର ରିସେପସନ ପାର୍ଟିରେ ନିମନ୍ତ୍ରଣ କରିଲେ । ଏହା ଆପଣଙ୍କୁ ନିଶ୍ଚିତ ବିସ୍ମିତ କରୁଥିବ । ତେବେ ଜାଣି ରଖନ୍ତୁ ସେ ଜଣେ ଶ୍ରୀଲଙ୍କାର ପାଗଳ କ୍ରିକେଟ ପ୍ରଶଂସକ । ତାଙ୍କ ନାମ ଗାୟାନ ସେନାନାୟକ । ପୃଥିବୀର ଯେକୌଣସି ଦେଶରେ ଶ୍ରୀଲଙ୍କା ଦଳ କ୍ରିକେଟ ଖେଳେ ସେଠାରେ ନିଶ୍ଚିତ ଭାବେ ଗାୟାନ ପହଂଚିଯାଆନ୍ତି । ପଡିଆରେ ବସି ସେ ଶ୍ରୀଲଙ୍କା ଖେଳାଳିଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତି ।

ଗାୟାନ ମଙ୍ଗଳବାର ପାର୍ଟିରେ ପହଂଚିବା ପରେ ବିରାଟ ଓ ଅନୁଷ୍କା ତାଙ୍କ ପାଖକୁ ଆସି ଖବର ବୁଝିବା ସହ ଫଟୋ ଉଠାଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଭାରତ, ଶ୍ରୀଲଙ୍କା ସହିତ ବହୁ ଦେଶର କ୍ରିକେଟ ପ୍ରଶଂସକମାନେ ଖୁବ ତାରିଫ କରିଛନ୍ତି ବିରାଟଙ୍କୁ । ବଡ଼ବଡ଼ ଷ୍ଟାରମାନଙ୍କ ଭିତରେ ବିରାଟ ସାଧାରଣ କ୍ରିକେଟ ପ୍ରଶଂସକଙ୍କୁ ଭୁଲିନଥିବା ଏକ ଉଲ୍ଲେଖନୀୟ ବିଷୟ ବୋଲି ଚର୍ଚ୍ଚା ହେବାରେ ଲାଗିଛି ।