କୋଷ୍ଠକାଠିନ୍ୟରୁ ରକ୍ଷା ପାଇବେ କିପରି ? ଆପଣାନ୍ତୁ ଏହି  ସରଳ ଉପାୟ । 

100

ନୂତନ  ଜୀବନଶୈଳୀ ପ୍ରଭାବରେ ଲୋକମାନେ ଆଜି କମ୍ପ୍ୟୁଟର ହୋଇଯାଇଛନ୍ତି ।  ନାନ ଚାପରେ ରହି  ଉପଯୁକ୍ତ ଖାଇବା ପ୍ରତି ଧ୍ୟାନ ଦେଉନାହାନ୍ତି ।  ଫଳରେ ଅନେକ ଲୋକ କୋଷ୍ଠକାଠିନ୍ୟ ଭଳି ରୋଗରେ ପଡୁଛନ୍ତି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ କେତୋଟି ସରଳ ଉପାୟ ।

-କୋଷ୍ଠ କାଠିନ୍ୟ ଭୋଗୁଥିବା ଲୋକମାନେ ସକାଳୁ ଉଠିବା ମାତ୍ରେ ଉଷୁମ ଜଳ ପିଅନ୍ତୁ ।

– କୋଷ୍ଠ କାଠିନ୍ୟ ଦୂର କରିବା ଲାଗି ଦିନକୁ ଦୁଇରୁ ତିନି ଥର ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ

–ଉଷୁମ କ୍ଷୀରରେ ଅଳ୍ପ ମହୁ ମିଶାଇ ପିଇଲେ ମଧ୍ୟ କୋଷ୍ଠକାଠିନ୍ୟ ରୋଗରୁ ଉପକାର ମିଳିଥାଏ ।

-ଦୈନିକ ଦୁଇ ଥର ଇସବଗୋଲ ପାଣିରେ ମିଶାଇ ପିଇଲେ ମଧ୍ୟ ସୁଫଳ ମିଳିଥାଏ ।

– ଦୈନିକ ତ୍ରିଫଳା ଚୁର୍ଣ୍ଣକୁ ଉଷୁମ ପାଣି ବା ଉଷୁମ କ୍ଷୀର ସହିତ ସେବନ କରିଲେ ମଧ୍ୟ କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ ।

-ଯଦି ପିଲାମାନଙ୍କ କ୍ଷେତ୍ରରେ ଏଭଳି ବ୍ୟାଧି ଦେଖାଦିଏ, ତେବେ ସେମାନଙ୍କୁ ଚୁଡା, ମୁଢି ଭଳି ଖାଇବାକୁ କୁହନ୍ତୁ । ଏପରିକି ପିଜୁଳି ମଧ୍ୟ ଚୋବାଇ ଖାଇଲେ ଉପକାର ମିଳିଥାଏ ।

– ନିୟମିତ ସମୟରେ ଖାଦ୍ୟାଭ୍ୟାସ ଓ ଶାରୀରିକ ଶ୍ରମ ଜାରି ରଖନ୍ତୁ ।

– ଏପରି ଔଷଧ ସେବନ କରନ୍ତୁ, ଯାହା ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ହୋଇଥିବ ।

-ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏବଂ ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ । ଏହା ମଧ୍ୟ ଉପକାରରେ ଆସିବ ।

-ଗ୍ୟାସସୃଷ୍ଟିକାରୀ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ ।